Below header

ଜାତକ ଚନ୍ଦ୍ରମା ଦୁର୍ବଳ ଥିଲେ ଦେଖାଦିଏ ଏହି ସବୁ ଲକ୍ଷଣ, ମଜବୁତ କରିବା ପାଇଁ କରନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। କୌଣସି ଗ୍ରହ କୌଣସି ବ୍ୟକ୍ତିର କୁଣ୍ଡଳୀରେ ଦୁର୍ବଳ ଥିଲେ, ସେହି ବ୍ୟକ୍ତିର ଜୀବନ ଉପରେ ତା’ର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥାଏ। ଚନ୍ଦ୍ର ଗ୍ରହର ସଂପର୍କ ବ୍ୟକ୍ତିର ମସ୍ତିଷ୍କ ସହିତ ରହିଥାଏ। ଯଦି କାହା ଜାତକରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ରହିଥାଏ, ତେବେ ତା’ର ମସ୍ତିଷ୍କ ଦୁର୍ବଳ ଅନୁଭବ କରେ ଏବଂ ବ୍ୟକ୍ତି ଜଣକ ମାନସିକ ଭାବେ ଅନେକ ରୋଗର ଶିକାର ହୋଇଥାଏ।

କ’ଣ ରହିଛି ଲକ୍ଷଣ :

କୌଣସି ବ୍ୟକ୍ତିର ଜାତକରେ ଚନ୍ଦ୍ର ଦୁର୍ବଳ ଥିଲେ, ବ୍ୟକ୍ତିର ସ୍ୱଭାବ ଦୁର୍ବଳ ହୋଇଥାଏ। ବ୍ୟକ୍ତି ଜଣକ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପଡେ। ଖୁବଶୀଘ୍ର ଭାବୁକ ହୋଇଯାଏ। ଭୁଲ୍‌ ନିଷ୍ପତ୍ତି ନେବା ମଧ୍ୟ ଚନ୍ଦ୍ରମା ଦୁର୍ବଳ ହେବାର ଲକ୍ଷଣ ହୋଇଥାଏ। ଏପରି ସ୍ଥିତିରେ ବ୍ୟକ୍ତି ଥଣ୍ଡା, କାଶ, ଜ୍ୱରରେ ପୀଡିତ ରହିଥାଏ। ବ୍ଲଡ ପ୍ରେସର ବଢିଯାଏ।

ତେବେ କେତେକ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଚନ୍ଦ୍ରମା ସ୍ଥିତି ମଜବୁତ ହେବ :

– ନିୟମିତ ଭାବେ ବରଗଛରେ ପାଣି ଦିଅନ୍ତୁ ଓ ପୂଜା କରନ୍ତୁ।
– ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ମୋତି ଧାରଣ କରନ୍ତୁ।
– ଚନ୍ଦ୍ରମା ମଜବୁତ କରିବା ପାଇଁ ହାତରେ ରୁପା କଡା, ମୁଦି, ରୁପା ଚେନ କିମ୍ବା ପାଉଁଜି ପିନ୍ଧନ୍ତୁ।
– ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ।
– ପୂର୍ଣ୍ଣିମା ଦିନ ଶିବଙ୍କୁ କ୍ଷୀର ଏବଂ ରାବିଡି ଭୋଗ ଲଗାନ୍ତୁ।

shiva
– ଘର ତିଆରି କରିବା ବେଳେ କିଛି ରୂପା ଦେଇ ତା’ ଉପରେ ଘର ତିଆରି କରନ୍ତୁ।
– ଯେଉଁ ଖଟରେ ଶୋଉଛନ୍ତି, ତାର ଚାରି ଗୋଡରେ ରୂପା କଣ୍ଟା ଲଗାଇଲେ ଲାଭ ମିଳେ।
– ମାତୃପକ୍ଷରୁ ରୁପା ଜିନିଷ ଗିଫ୍ଟ ମିଳିଲେ ମଧ୍ୟ ଲାଭ ମିଳିଥାଏ।
– ସୋମବାର ଦିନ ପିଲାଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ।
– ରାତିରେ କ୍ଷୀର ପିଅନ୍ତୁ ନାହିଁ।
– ରୁପାର ଅଣ୍ଟାବିଛା ପିନ୍ଧନ୍ତୁ କିମ୍ବା ରୁପା ଜିନିଷ ପର୍ସରେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.