ଡରନ୍ତୁ ନାହିଁ, XE ଭଳି ଭ୍ୟାରିଏଣ୍ଟ ଏମିତି ସବୁବେଳେ ଆସୁଥିବ: NTAGI ମୁଖ୍ୟ

ଓମିକ୍ରନ୍‌ର ନୂଆ ଏକ୍ସଇ ଭ୍ୟାରିଏଣ୍ଟକୁ ନେଇ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତର ଜାତୀୟ ଟେକ୍‌ନିକାଲ ପରାମର୍ଶଦାତା ସମୂହ (NTAGI)ର ମୁଖ୍ୟ ଡା. ଏନ୍‌କେ ଆରୋରା ଏକ ଆଶ୍ୱସ୍ତିକର ବୟାନ ଦେଇଛନ୍ତି। ଆରୋରା କହିଛନ୍ତି, ଓମିକ୍ରନ୍‌ର ନୂଆ ନୂଆ ଭ୍ୟାରିଏଣ୍ଟ ସବୁବେଳେ ଏମିତି ଆସୁଥିବ। ଏ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଏହା ଦ୍ୱାରା ଦେଶରେ ସଂକ୍ରମଣ ହାର ଏବେ ଯାଏଁ ବଢ଼ିନାହିଁ ବୋଲି କହିଛନ୍ତି ଆରୋରା।

ଡା.ଏନ୍‌କେ ଆରୋରାଙ୍କ ମୁତାବକ, ଓମିକ୍ରନ୍‌ ଭ୍ୟାରିଏଣ୍ଟ କେତେକ ନୂଆ ଭ୍ୟାରିଏଣ୍ଟକୁ ଜନ୍ମ ଦେଉଛି। ଏଥିରେ ଏକ୍ସଇ କାଟାଗୋରୀର ଏକ୍ସଇ ଓ ଅନ୍ୟ ଷ୍ଟ୍ରେନ୍‌ ବି ରହିଛନ୍ତି। ଏହା ଦ୍ୱାରା ଏବେ ଯାଏଁ କୌଣସି ସଙ୍କଟ ସୃଷ୍ଟି ହୋଇନାହିଁ। ଏଣୁ ଭୟ କରିବାର କରିଛି ନାହିଁ। ଦେଶରେ ସଂକ୍ରମଣ ହାର ବି ଅଧିକ ବେଗରେ ବଢ଼ୁ ନାହିଁ।

ସୂଚନାଯୋଗ୍ୟ ଯେ ଦେଶରେ ଏକ୍ସଇ ଷ୍ଟ୍ରେନ୍‌ର ପ୍ରଥମ କେସ୍‌ ମୁମ୍ବାଇରେ ଚିହ୍ନଟ ହୋଇଥିଲା। ଏହା ପରେ ଦ୍ୱିତୀୟ କେସ୍‌ ଗୁଜରାଟରେ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇତି ମଧ୍ୟରେ ଏହାକୁ ବିଏ.୨ ଷ୍ଟ୍ରେନ୍‌ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି। ଏଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲ୍ୟୁଏଚ୍‌ଓ।

Also Read: ଜେଏନ୍‌ୟୁରେ ରକ୍ତ ସଂଘର୍ଷ: ରାମନବମୀରେ ଆମିଷ ଖାଇବାକୁ ନେଇ ମୁହାଁମୁହିଁ ହେଲେ ଏବିଭିପି ଓ ବାମପନ୍ଥୀ, ୩ ଗୁରୁତର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.