Below header

ଜେଏନ୍‌ୟୁରେ ରକ୍ତ ସଂଘର୍ଷ: ରାମନବମୀରେ ଆମିଷ ଖାଇବାକୁ ନେଇ ମୁହାଁମୁହିଁ ହେଲେ ଏବିଭିପି ଓ ବାମପନ୍ଥୀ, ୩ ଗୁରୁତର

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ରାମ ନବମୀ ଦିନ ଏକ ବଡ଼ ଗଣ୍ଡଗୋଳ ହୋଇଛି। ରବିବାର ଦିନ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ବାମପନ୍ଥୀ (ଲେଫ୍ଟ) ଛାତ୍ର ସଂଗଠନ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଲେଫ୍ଟ ଓ୍ଵିଙ୍ଗ୍‌ର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏବିଭିପିର ଛାତ୍ର ତାଙ୍କୁ ଆମିଷ ଖାଦ୍ୟ ଖାଇବାକୁ ମନା କରିଛନ୍ତି। ଅନ୍ୟପଟେ ଏବିଭିପି କାର୍ଯ୍ୟକର୍ତ୍ତା କହିଛନ୍ତି ଲେଫ୍ଟ ଓ୍ଵିଙ୍ଗ୍‌ର ଛାତ୍ର ସେମାନଙ୍କୁ ହଷ୍ଟେଲରେ ପୂଜା କରିବାକୁ ବାରଣ କରିଛନ୍ତି।

ରିପୋର୍ଟ ମୁତାବକ, ଜେଏନ୍‌ୟୁର କାବେରୀ ହଷ୍ଟେଲରେ ପୂର୍ବ ଛାତ୍ରଛାତ୍ରୀ ରାମ ନବମୀ ଅବସରରେ ପୂଜା କରୁଥିଲେ। କିନ୍ତୁ ବାମପନ୍ଥୀ ବିଚାର ଧାରାର ପିଲା ଏହି ପୂଜା କରିବାକୁ ଦେଇନଥିଲେ। କିନ୍ତୁ ଯେକୌଣସି ମତେ ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ ହୋଇଥିଲା। ମାତ୍ର ପରେ ବାମପନ୍ଥୀ ଛାତ୍ର ସଂଗଠନ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ଆମିଷ ଖାଇବାକୁ ବାରଣ କରାଯାଉଛି। କୁହାଯାଉଛି ଯେ କାବେରୀ ହଷ୍ଟେଲର ମେନ୍ୟୁରେ ଉଭୟ ଆମିଷ ଓ ନିରାମିଷ ଭୋଜନ ରହିଛି। ରାମନବମୀ ଥିବାରୁ ରବିବାର ଦିନ ଏବିଭିପିର ଛାତ୍ରମାନେ ଆମିଷ ଖାଦ୍ୟ ତିଆରି କରିବାକୁ ଓ ଖାଇବାକୁ ମନା କରିଥିଲେ। ଏହି ଘଟଣାକୁ ନେଇ ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ଗଣ୍ଡଗୋଳ ସହ ମାରପିଟ୍‌ ହୋଇଛି।

ଏହି ଗଣ୍ଡଗୋଳ ବେଳେ ଏବିଭିପିର ଛାତ୍ରମାନେ ପଥରମାଡ଼ କରିବାରୁ ୩ ଛାତ୍ରୀଙ୍କ ସମେତ ୬-୭ ଜଣ ଆହତ ହୋଇଛନ୍ତି। ଏ ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ କ୍ୟାମ୍ପସରେ ପହଞ୍ଚିଛି। ଏ ନେଇ ଜେଏନ୍‌ୟୁ ଛାତ୍ର ସଂଗଠନ ପକ୍ଷରୁ ଜେଏନ୍‌ୟୁ ପ୍ରଶାସନଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଶାସନ କହିଛି ଯେ ପୂରା ମାମଲାର ତଦନ୍ତ ଚାଲିଛି। ଯିଏ ବି ଅନୁଶାସନ ଭାଙ୍ଗି ଥାଉ ନା କାହିଁକି କାହାରିକୁ ବି ଛଡ଼ାଯିବ ନାହିଁ।

Also Read: ‘ମା’ ମୁଁ ଭଲ ପିଲା ହେବି,ଆଉ ତମକୁ ସ୍ୱର୍ଗରେ ଭେଟିବି’; ଯୁଦ୍ଧରେ ମା’ଙ୍କୁ ହରାଇବା ପରେ ଏମିତି ଆବେଗଭରା ଚିଠି ଲେଖିଛି ୯ ବର୍ଷର କୁନି ଝିଅ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.