ଯୋବ୍ରା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇ, ଜଣେ ନିଖୋଜ

କଟକ (କେନ୍ୟୁଜ): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନିଖୋଜ ନାବାଳକଙ୍କ ମୃତଦେହ। ଦୀର୍ଘ ଘଣ୍ଟାର ରେସକ୍ୟୁ ଅପରେସନ୍‌ ପରେ ଆୟୁର ଖାଁଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ। ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି।

ଗତକାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ସାଙ୍ଗ ମହମ୍ମଦ ସାହିଲ, ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକି ବୁଡ଼ିଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକିଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ନିୟୋଜିତ ଥିଲେ। କିଛି ସମୟ ପୂର୍ବରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.