ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଶାହବାଜଙ୍କ ରାଜନୈତିକ କ୍ୟାରିଅରକୁ ନେଇ କିଛି ସତଘଟଣା

ପାକିସ୍ତାନରେ ଇମ୍ରାନ ଖାନଙ୍କ ଦିନ ଶେଷ । ଇମରାନ ପାକିସ୍ତାନ ଇତିହାସରେ ଜଣେ ଏଭଲି ପ୍ରଧାନମନ୍ତ୍ରୀ ଅଟନ୍ତି ଯାହାଙ୍କୁ ଅବିଶ୍ୱାସ ପ୍ରସ୍ତାବ ଦ୍ୱାରା ଗାଦୀରୁ ହଟାଇ ଦିଆଯାଇଛି । ଇମ୍ରାନଙ୍କ ବର୍ବାଦି ପରେ ପରେ ଏବେ ବିପକ୍ଷନେତା ଶାହବାଜଙ୍କ ରାସ୍ତା ଖୋଲା ହୋଇଛି ପ୍ରଧାନମନ୍ତ୍ରୀ ପଦ ପାଇଁ । ଶାହବାଜ ସରିଫ ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଅଟନ୍ତି । ତା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଛୋଟ ଭାଇ ଅଟନ୍ତି ଶାହାବାଜ । ପାକିସ୍ତାନ ମୁସଲିମ ଲିଗ ନୱାଜ ପାର୍ଟିର ଉପାଧ୍ୟକ୍ଷ ମରିୟମ ନୱାଜ ଶାହୱାଜ ଶରିଫଙ୍କୁ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଉମିଦବାର ବୋଲି ଘୋଷଣା କରିଛନ୍ତି । କିନ୍ତୁ ଶାହବାଜ ରାଜନିତୀ ଅପେକ୍ଷା ବେଶୀ ନିଜ ସମ୍ପତ୍ତି ଓ ମନି ଲଣ୍ଡରିଙ୍ଗ ପାଇଁ ଚିହ୍ନାମୁହଁ ଅଟନ୍ତି । ତେବେ ଜାଣିବା ଶାହବାଜଙ୍କ ସହ ଯୋଡା କଣ ସବୁ ବିବାଦ ରହିଛି ।

ଶାହବାଜ ପାକିସ୍ତାନ ମୁସ୍ଲିମ ଲିଗ ଏନର ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ୨୦୧୮ରେ ହୋଇଥିବା ନିର୍ବାଚନରେ ଶାହବାଜ ନିଜ ପାର୍ଟିରୁ ପିଏମ ପଦ ପାଇଁ ଆଶାୟୀ ଥିଲେ । କିନ୍ତୁ ଜିତ ହାସିଲ କରିଥିଲେ ଇମ୍ରାନଖାନ ପାର୍ଟି ପିଟିଆଇକୁ । ଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ ଇମ୍ରାନ ଖାନ ଓ ଶାହବାଜ ଶରିଫଙ୍କୁ ବିପକ୍ଷ ଭାବରେ ନେତା ଘୋଷଣା କରାଗଲା । ପାକିସ୍ତାନରେ ଭ୍ରଷ୍ଟାଚାର ବିରୋଧରେ କାମ କରୁଥିବା ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ଏନଏବି ତାଙ୍କ ବିଷୟରେ ଅନେକ କିଛି ଖୁଲାସା କଲା ଯାହା ବେଶ ଆଶ୍ଚର୍ଯ୍ୟଜନକ ଥିଲା ।

ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ହିସାବରେ ଗତ ୩୦ବର୍ଷ ମଧ୍ୟରେ ଶାହବାଜ ଓ ତାଙ୍କ ପରିବାରର ସମ୍ପତ୍ତି ୨୦ଲକ୍ଷରୁ ୭୦୦କୋଟି ହୋଇଯାଇଥିଲା । ଯେବେ ତାଙ୍କୁ ଏତେ ସମ୍ପତ୍ତିର ଉତ୍ସ ପଚରାଗଲା ତେବେ ସେ ଜବାବ ଦେଇପାରିନଥିଲେ । ଏଥିପାଇଁ ଶାହବାଜଙ୍କ ଉପରେ କୋଟି କୋଟି ଟଙ୍କାର ହେରାଫେରି ମାମଲାରେ କେଶ ଚାଲିଲା । ତା ସହଜେଲ ମଧ୍ୟ ଯିବାକୁ ପଡିଲା ।

ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ଏନଏବି ଡିସେମ୍ବର ୨୦୨୦ରେ ଶାହବାଜ ସରିଫଙ୍କୁ ମନିଲଣ୍ଡରିଙ୍ଗ ମାମଲାରେ ଗିରଫ କରିଥିଲା । ଏହି ମାମଲାରେ ୟାଙ୍କ ପାର୍ଟି ଇମ୍ରାନଙ୍କ ସରକାର ଉପରେ ଆରୋପ ଲଗାଇଥିଲା କି ଏହି କାରବାଇ ଜାଣିଶୁଣି ପୂର୍ବ ଯୋଜନା ମୁତାବକ କରାଯାଇଛି । ଯେଉଁ ୟାଚିକାକୁ ଲାହୋର ହାଇକୋର୍ଟ ଖାରଜ କରିଥିଲେ । ତାଙ୍କୁ କୋର୍ଟରୁ ହିଁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଏପ୍ରିଲ ୨୦୨୧ରେ ଜାମିନ ମିଳିଲା । କିନ୍ତୁ କେଶ ଏବେ ବି ଚାଲିଛି ।

ପାକିସ୍ତାନ ୱେବସାଇଟ ହିସାବରେ ଲାହୋର ହାଇକୋର୍ଟ କୋଟରୁମରୁ ଗିରଫଦାରି ପରେ ଏନଏବି ଏକ ଡକ୍ୟୁମେଣ୍ଟ ସେୟାର କରିଥିଲା ଯେଉଁଥିରେ ତାଙ୍କର ସମ୍ପତ୍ତି କଥା ଉଠାଯାଇଥିଲା । ଡକ୍ୟୁମେଣ୍ଟ ହିସାବରେ ୧୯୯୦ରେ ଶାହବାଜ ୨୧ଲକ୍ଷ ଟଙ୍କାର ସମ୍ପତ୍ତି ସାର୍ବଜନୀନ କରିଥିଲେ । ଆଉ ୨୦୧୮ରେ ଏହି ସମ୍ପତ୍ତି ବଝଢି ୭୩୨କୋଟି ହୋଇଥିଲା ।

ଶାହବାଜ ସରିଫ ଲୋହେର ଗର୍ଭନମେଣ୍ଟ କଲେଜରୁ ସ୍ନାତକ ପୁରା କରି ବା ପରେ ଜଣେ ବିଜନେସ ମ୍ୟାନ ହିସବରେ ଦିନ କାଟୁଥିଲେ । ସେ ନିଜ ଫ୍ୟାମିଲି ବିଜନେସ ସମ୍ଭାଳିଥିଲେ । ତାପରେ ୧୯୮୫ରେ ସେ ଲାହୋର ଚେମ୍ବର ଅଫ ଫାର୍ମର୍ସ ଆଣ୍ଡ ଇଣ୍ଡଷ୍ଟିର ପ୍ରେସିଡେଣ୍ଟ ହୋଇଥିଲେ । ଏହା ପରେ ସେ ରାଜନୀତିରେ ପାଦ ଦେଲେ । ୧୯୮୭ରେ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ନିଜ ରାଜନୈତିକ କ୍ୟାରିଅରରେ ସେ ଅନେକ ଉଚାର ଚଢାବ ଦେଖିଛନ୍ତି । ୧୯୮୮ରୁ ୧୯୯୦ଯାଏଁ ସେ ପଞ୍ଜାବ ବିଧାନସଭାର ସଦସ୍ୟ ରହିଥିଲେ । ୧୯୯୦ରୁ ୧୯୯୩ ଭିତରେ ଶାହବାଜ ନ୍ୟାସନମାଲ ଆସେମ୍ବଲିରେ ବି ସଦସ୍ୟ ରହିଥିଲେ । ଏହା ପାକିସ୍ତାନର ସବୁଠୁ ଅଧିକ ଲୋକେ ଥିବା ପ୍ରାନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ବି ହୋଇସାରିଛନ୍ତି । ସେ ୧୯୯୭ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଆଉ ସେନା ମୂତୟନ ପରେ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.