Below header

ୟୁଟ୍ୟୁବରେ ଭିଡିଓ ଅପଲୋଡ କରି ଭଲ ଦି ପଇସା ରୋଜଗାର କରୁଛନ୍ତି ଏହି ବିଟେକ ଛାତ୍ର

ଆଖିରେ ଆଖିଏ ସ୍ୱପ୍ନ । ଆଉ ମନରେ କିଛି କରି ଦେଖାଇବାର ଜୋସ୍ । କୁହାଯାଏ ସ୍ୱପ୍ନ କେବେ ବି ତଳକୁ ଟାଣେନି ବରଂ ଆଗକୁ ବଢିଯିବାକୁ ସାହସ ଦିଏ । ସେହି ସାହାସ ଦେଖିବାକୁ ପାଇଲୁ ଏଇ ଯୁବକଙ୍କ ଭିତରେ । ଯିଏ ଆଜି ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଚର୍ଚ୍ଚାରେ ।

ଛତ୍ରପୁର(କେନ୍ୟୁଜ): ଆଖିରେ ଆଖିଏ ସ୍ୱପ୍ନ । ଆଉ ମନରେ କିଛି କରି ଦେଖାଇବାର ଜୋସ୍ । କୁହାଯାଏ ସ୍ୱପ୍ନ କେବେ ବି ତଳକୁ ଟାଣେନି ବରଂ ଆଗକୁ ବଢିଯିବାକୁ ସାହସ ଦିଏ । ସେହି ସାହାସ ଦେଖିବାକୁ ପାଇଲୁ ଏଇ ଯୁବକଙ୍କ ଭିତରେ । ଯିଏ ଆଜି ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଚର୍ଚ୍ଚାରେ ।

ଛତ୍ରପୁର ସହର ଷ୍ଟେସନ ରୋଡ଼ର ଦୁର୍ଗା ପ୍ରସାଦ ମାର୍ଥା । ବୟସ ୨୩ । ନିଜ ଅଞ୍ଚଳରେ ରହି ନିଜେ କିଛି କରିବା ଆଶା ନେଇ ଦୁର୍ଗା ଗତ ୨୦୨୦ ମସିହା ନଭେମ୍ବର ମାସରେ ସଡ଼କ ସୁରକ୍ଷା ଏବଂ ଅସହାୟଙ୍କୁ ସହାୟତା ପ୍ରଦାନ କରିବା ନେଇ ସଚେତନତା ଖୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଆଉ ସେଗୁଡିକୁ ନିଜ ୟୁଟ୍ୟୁବ ଚାନେଲରେ ଅପଲୋଡ଼ ମଧ୍ୟ କରିଥିଲେ । ଏସବୁରୁ ଧୀରେ ଧୀରେ ତାଙ୍କୁ ସଫଳତା ମିଳିବାରୁ ସେ ନିଜ ସାଙ୍ଗ ସାଥିଙ୍କୁ ସାଙ୍ଗରେ ଧରି ବିଭିନ୍ନ ସଚେତନତା ବିଷୟରେ ଖୁଦ୍ର ଖୁଦ୍ର ଚଳଚ୍ଚିତ୍ର ମାନ ପ୍ରସ୍ତୁତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେବା ସହ ଭଲ ଦି ପଇସା ରୋଜଗାର ମଧ୍ୟ କରୁଛନ୍ତି ।

ତାଙ୍କ ଦ୍ୱାରା ନିର୍ମିତ ଡ୍ରଙ୍କ ଆଣ୍ଡ ଡ୍ରାଇଭିଙ୍ଗ, ମାନସୀ, ଟ୍ରାଫିକ ସାର, ଦ ଡାର୍କ ପାଥ ଓ ଅନ୍ଧାର ସୁରୁଜ ଆଦି ଚଳଚ୍ଚିତ୍ର ଗୁଡିକୁ ଦର୍ଶକ ଅଧିକ ପସନ୍ଦ କରୁଥିବା ସେ କହିଛନ୍ତି । ଆଉ ଏଥିପାଇଁ ସେ ଭୁବନେଶ୍ୱର ଠାରେ ବେଷ୍ଟ ୟୁଟ୍ୟୁବର ଆୱାର୍ଡ ପାଇଥିବା ବେଳେ ବ୍ରହ୍ମପୁର ଫିଲ୍ମ ଫେଷ୍ଟରେ ବେଷ୍ଟ ଫିଲ୍ମ ଆୱାର୍ଡ, ଛତ୍ରପୁର ଶିଶୁ ନାଟକ ମହୋତ୍ସବରେ ବେଷ୍ଟ ଫିଲ୍ମ ମେକର ଭଳି ବିଭିନ୍ନ ଆୱାର୍ଡ ମଧ୍ୟ ପାଇଛନ୍ତି । ଏଥିପାଇଁ ତାଙ୍କୁ ଟ୍ରାଇପଡ, ମୋବାଇଲ, ମାଇକ ଓ ଲାଇଟ ର ଆବଶ୍ୟକତା ପଢ଼ୁଥିବା ସେ କହିଛନ୍ତି ।

durga

ଦୁର୍ଗା ଜଣେ ବି.ଟେକ ଛାତ୍ର । ବିଟେକ ସରିଲା ପରେ ସେ ଏବେ ଡିଜିଟାଲ ମାର୍କେଟିଙ୍ଗରେ ପାଠ ପଢୁଛନ୍ତି । ପାଠ ପଢିବା ସହ ଭଲ ଦି ପଇସା ରୋଜଗାର ମଧ୍ୟ ସେ କରିପାରୁଛନ୍ତି । ଏହା ସହିତ ଡିଜିଟାଲ ମାର୍କେଟିଙ୍ଗ ଓ ଗ୍ରାଫିକ ଡ଼ିଜାଇନ ଭଳି ବିଭିନ୍ନ କାର୍ଯ୍ୟ ମଧ୍ୟ କରୁଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ପରିବାର ଓ ସାଙ୍ଗ ସାଥୀଙ୍କ ସହଯୋଗ ରହିଥିବା ସେ କହିଛନ୍ତି । ଅନ୍ୟପଟେ ପୁଅର ଏଭଳି ସଫଳତା ପାଇଁ ତାଙ୍କ ବାପା ମଧ୍ୟ ତାଙ୍କୁ ସବୁ ସମୟରେ ସହଯୋଗର ହାତ ବଢ଼େଇଛନ୍ତି । ଭବିଷ୍ୟତରେ ଜଣେ ଭଲ ୟୁଟ୍ୟୁବର ହେବା ନେଇ ଆଶା ରଖିଛନ୍ତି ଦୁର୍ଗା ପ୍ରସାଦ ।

ଆଜିକା ଯୁଗରେ ଭଲ ଦି ପଇସା ରୋଜଗାର କରିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପେକ୍ଷୀରେ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ଛତ୍ରପୁର ସହରର ଏହି ଯୁବକ । ତେବେ ଆଜିକାଲି କିଛି ଯୁବପୀଢି ସୋସିଆଲ୍ ମିଡିଆର ଅପବ୍ୟବହାର କରୁଥିବାବେଳେ, ଦୁର୍ଗାଙ୍କର ଏଭଳି ପ୍ରୟାସ ନିହାତୀ ପ୍ରେରଣାଦାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.