Below header

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବନ୍ଧା ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ସାରଙ୍କୁ ମହଙ୍ଗା ପଡ଼ିଲା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ । ଜେଲ ଗଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଯୁକ୍ତ ୨ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ସଞ୍ଜୀବ ଦାସଙ୍କୁ ପୋଲିସ ଗିରଫ କରିଛି ।

ସମ୍ବଲପୁର (କେନ୍ୟୁଜ): ସାରଙ୍କୁ ମହଙ୍ଗା ପଡ଼ିଲା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ । ଜେଲ ଗଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଯୁକ୍ତ ୨ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ସଞ୍ଜୀବ ଦାସଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୋଗ ହୋଇଥିଲା, ଡିସେମ୍ବର ୨୩ରେ କଲେଜର ବାର୍ଷିକ ଉତ୍ସବରେ ଅପରିଷ୍କାର ଲାବ୍ରୋଟୋରୀକୁ ସଫା କରିବା ପାଇଁ ୩ ଜଣ ଛାତ୍ରୀଙ୍କୁ ଡାକିଥିଲେ ସଞ୍ଜୀବ ଦାସ । ଦୁଇ ଜଣ ଛାତ୍ରୀ ଆବର୍ଜନା ପକାଇବାକୁ ଯାଇଥିବାର ସୁଯୋଗ ନେଇ ଅନ୍ୟ ଜଣେ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିଲେ ।  ଏନେଇ ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀ ଓ ପରିବାର ଲୋକ । ପୋଲିସ ଏକ ମାମଲା ରୁଜୁ କରି ପକସୋ ଆକ୍ଟରେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଯାଇଛନ୍ତି ଜେଲ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.