Below header

ନବଜାତ କନ୍ୟାକୁ ଧରି ନିଜ କାର୍ଯ୍ୟ ତୁଲାଇବାକୁ ପହଞ୍ଚିଗଲେ ଏହି ମହିଳା IAS, ମା’ ହେବା ସହିତ SDM ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି

ଦେଶ ଅନେକ ମାସ ଧରି କରୋନା ଭାଇରସ କବଳରେ ହନ୍ତସନ୍ତ । ଅନେକ ପର୍ଯ୍ୟାୟର ଲକ୍ ଡାଉନ୍ର ସାମନା କରିବା ପରେ ଏବେ ଅକ୍ଟୋବରରେ ଦେଶରେ ଅନଲକ୍ର ୫ମ ପ୍ରକ୍ରିୟା ଜାରି ରହିଛି। କୋଭିଡ୍-୧୯ ଭିତରେ ସବୁଠୁ ଅଧିକା ବୋଝ ପଡ଼ିଛି ହେଲଥ ସେକ୍ଟର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ।

କୋଭିଡ-୧୯ର ସଙ୍କଟ ସମୟରେ ଉଭୟ ସେକ୍ଟରରେ ବହୁତ ଡାକ୍ତର ଓ ଅଧିକାରୀମାନେ ଛୁଟି ନେଇଥିଲେ ଓ ଆଉ କିଛି ଇସ୍ତଫା ଦେଇଥିଲେ। କିନ୍ତୁ ଗାଜିଆବାଦର ଏସ୍ଡିଏମ୍ ଏହି ସଙ୍କଟ ସମୟରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଆଇଏଏସ୍ ସୌମ୍ୟା ପାଣ୍ଡେ ଗାଜିଆବାଦର ମୋଦିନଗରରେ ଏସ୍ଡିଏମ୍ ପଦରେ ଅଛନ୍ତି । ସେ ଏହି କରୋନା ସମୟରେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି। ଡେଲିଭରୀ ପରେ ତାଙ୍କର ମ୍ୟାଟରନିଟି ଲିଭ୍ରେ ପୁରା ହକ୍ ରହିଛି, କିନ୍ତୁ ସେ ଏକ ମାସର ମ୍ୟାଟରନିଟି ଲିଭ୍ ନେଇଥିଲେ । ଏହା ପରେ ସେ ତୁରନ୍ତ କାମରେ ଯୋଗ ଦେଇଛନ୍ତି।

୨୨ ଦିନର ପିଲାକୁ ଧରି ନିଜ କର୍ମକ୍ଷେତ୍ରରେ ଯୋଗ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ମାଆ ଓ ପ୍ରଶାସନିକ ଅଧିକାରୀର ଦାୟିତ୍ୱକୁ ଏପରି ସମତୁଲ ଭାବେ ତୁଲାଇବାକୁ ନେଇ ତାଙ୍କୁ ବହୁତ ପ୍ରଶଂସା ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.