Below header

ପିକଅପ୍ ଧକ୍କାରେ ବାଇକ ଆରୋହି ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ବାସୁଦେବପୁର: ପିକଅପ୍ ଧକ୍କାରେ ବାଇକ ଆରୋହି ମୃତ, ଜଣେ ଗୁରୁତର। ଗୁରୁତରଙ୍କୁ ଅବଡ଼ଠାରେ ମେଡିକାଲରେ ଭର୍ତି କରାଯାଇଛି । ତେବେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୂଚନା ମୁତାବକ ଗତକାଲି ସକାଳେ ପଦ୍ମପୁର ରୁକୁଣାଦେଇପୁର ଗ୍ରାମର ଆଲୋକ ବାରିକ ପଦ୍ମପୁର ଛକକୁ ଔଷଧ କିଣିବାକୁ ଆସିଥିବାବେଳେ ପଦ୍ମପୁର ଛକଠାରେ ବାସୁଦେବପୁରରୁ ଭଦ୍ରକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ୍ ଧକ୍କା ଦେଇଥିଲା । ଧକ୍କା ଦେବାପରେ ପିକଅପ୍ ଟି ପାଖରେ ଥିବା ଏକ ନଇ ଭିତରକୁ ଓଲଟି ପଡିଥିଲା ।

ଗୁରୁତର ଅବସ୍ଥାରେ ଆଲୋକଙ୍କୁ ପରିବାର ଲୋକେ ଜିଲ୍ଲା ଚିକିତ୍ସାଳୟକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ଯ ଜଣକର ଅବସ୍ଥା ଗୁରୁତର ରହିଥିବାବେଳେ ତାଙ୍କର ଚିକିତ୍ସା ଚାଲୁ ରହିଛି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଘଟଣା ସ୍ଥଳରେ ହମ୍ପସ ର୍ନିମାଣ କରିବାକୁ ଦାବି କରିଛନ୍ତି । ଖବର ପାଇ ପୋଲିସ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.