କଳାହାଣ୍ଡି ଢେପଗୁଡା ଜଙ୍ଗଲଠାରେ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ଘଟଣା, ୮ ଅଭିଯୁକ୍ତ ଗିରଫ୍

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ହୋଇଥିବା ଘଟଣାରେ ବିଶ୍ୱନାଥପୁର ଥାନା ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ସେପ୍ଟେମ୍ବର ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ଝାରସୁଗୁଡା ଯାଉଥିବା ବେଳେ ରାତି ପାଖାପାଖି ୮ଟା ସମୟରେ ଢେପଗୁଡା ଜଙ୍ଗଲ ନିକଟ ରାସ୍ତା କଡ଼ର ଏକ ଗଛ ବ୍ରେକ ଫେଲ ଯୋଗୁଁ ପିଟିହୋଇ ଯାଇଥିଲା।

ଏହି ଖବର ପାଇ ସେହିଦିନ ରାତି ୧୨ଟା ସମୟରେ ବିଶ୍ୱନାଥପୁର ଥାନା ବକଟପୁର ଗ୍ରାମର ଜିତେନ୍ଦ୍ର ବେହେରା ଓ ୭ ଜଣ ଲୁଟେରା ଗାଡିକୁ ଲୁଟ କରିବା ଯୋଜନା କରି ଏକ ବୋଲେରୋ ଗାଡ଼ି ନେଇ ଯାଇଥିଲେ । ସାଙ୍ଗରେ ବନ୍ଧୁକ,ଖଣ୍ଡା, ଲାଠି ଆଦି ମାରଣାସ୍ତ୍ର ଧରି ଗାଡି ଡ୍ରାଇଭର ଆନ୍ଧ୍ରପ୍ରଦେଶ ଗୁଣ୍ଠୁର ଜିଲ୍ଲାର ଡ୍ରାଇଭର ଠାକୁର ସିଂହ ଓ ହେଲପର ଙ୍କୁ ପଇସା ପତ୍ର ମାଗିଥିଲେ। ସୋମାନେ ଟଙ୍କା ନାହିଁ କହିବାରୁ ଡ୍ରାଇଭର ଓ ହେଲଫରକୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଭୟରେ ହେଲପର ଜଣଙ୍କ ଜଙ୍ଗଲ ଭିତରକୁ ଦୌଡ଼ି ପଳେଇ ଥିବାବେଳେ ଡ୍ରାଇଭରକୁ ମାଡ଼ ମାରି ଟ୍ରକ ସାମ୍ନାରେ ଫିଙ୍ଗି ଦେଇଥିଲେ ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।

ପରେ ଟ୍ରକର ୨ଟି ବେଟେରୀ ଚୋରୀ କରି ପଳାଇ ଆସିଥିଲେ। ସକାଳୁ ହେଲପର ବିଶ୍ଵନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ଓ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରି ତନାଘନା ଆରମ୍ଭ କରିଥିଲେ ଏବଂ ଏହି ଘଟଣାର ୮ ଜଣ ସମ୍ପୃକ୍ତ ଡ଼କାୟତଙ୍କୁ ପୋଲିସ ଗିରଫ୍ କରି ବାରେ ସଫଳ ହେଲା । ସେମାନେ ହେଲେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବକଟପୁର ଗାଁର ମାଷ୍ଟର ମାଇଣ୍ଡ ଜିତେନ୍ଦ୍ର ବେହେରା, ସିକେରକୁପା ପାଣ୍ଡି ଅନ୍ତର୍ଗତ କାଉକୁଡ଼ା ଗାଁର ଲଛମନ ହରିଜନ , ଥୁଆମୂଳ ରାମପୁର ବ୍ଲକ ବ୍ରାହ୍ମଣୀ ଚଞ୍ଚରା ଗାଁର ରାମ ନାଏକ , ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପେରମରା ଗାଁର ନରେନ୍ଦ୍ର ମାଝୀ , ଭବାନୀପାଟଣା ନକଟିଗୁଡା ପଡାର କାଳିଆ ଗଉଡ଼ , ବକଟପୁର ଗାଁର ଲଛମନ ସାହୁ , ବିଶ୍ୱନାଥପୁର କଲୋନୀ ପଡାର ରଘୁନାଥ ବାଗ , ବକଟପୁର ଗାଁର ସୁବାଷ ନାଏକ । ଉକ୍ତ ଘଟଣାରେ ବ୍ୟବହାର କରିଥିବା ବୋଲେରୋ ଗାଡି ଗୋଟାଏ ବନ୍ଧୁକ, ଦୁଇ ରାଉଣ୍ଡ ଆଫୁଟାଗୁଳି , ଖଣ୍ଡା ଓ ଗାଡିରୁ ଚୋରି ହୋଇଥିବା ୨ଗୋଟି ବ୍ୟାଟେରି ପୋଲିସ୍ ଜବତ କରିଛି। ୮ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.