ଆଜି ଆଇପିଏଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ହାଇଦ୍ରାବାଦ, ମ୍ୟାଚ ଜିତିବାକୁ ସବୁ କୌଶଳ ଆପଣାଇବ ଚେନ୍ନାଇ
ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନାଇ ସୁପରକିଙ୍ଗସ ଲଗାତାର ୫ଟି ମ୍ୟାଚ ହାରିବା ପରେ ପ୍ରଶଂସକଙ୍କ ମନ ଏବେ ବହୁତ ଦୁଃଖ ରହିଛି। ଆଉ ଆଇପିଏଲରେ ନିଜର ସ୍ଥିତି ଜାହିର କରିବା ପାଇଁ ଆଜିର ମ୍ୟାଚ ଜିତିବା ନିତାନ୍ତ ଜରୁରୀ। ଆଜି ଚେନ୍ନାଇ ସୁପର କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ ଜିତିବାକୁ ଚେନ୍ନାଇ ନିଜର ସବୁ କୌଶଳ ଆପଣାଇବା ବୋଲି ଜଣାଯାଉଛି। ସେହିପରି ହାଇଦ୍ରାବାଦ ମଧ୍ୟ ମ୍ୟାଚ ଜିତିବାକୁ ଚେଷ୍ଟା କରିବ।
ଚେନ୍ନାଇ ଏବେ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଛି। ଧୋନିଙ୍କ ଟିମ୍ ଆଇପିଏଲ୍ ଇତିହାସରେ ସବୁଠାରୁ ଭଲ ଟିମ୍। କିନ୍ତୁ ଏବର୍ଷ ବ୍ୟାଟିଂ ଲାଇନଅପ୍ ଖରାପ ଥିବାରୁ ଚେନ୍ନାଇ ବାରମ୍ବାର ମ୍ୟାଚ ହାରୁଛି। ତେଣୁ ଆଜି ହାଇଦ୍ରାବାଦ ଠାରୁ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଚେନ୍ନାଇ।
ସମ୍ଭାବ୍ୟ ଚେନ୍ନାଇ ଦଳ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।
ସମ୍ଭାବ୍ୟ ହାଇଦ୍ରାବାଦ ଦଳ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ ।