Below header

ଡ୍ରଗ୍ସ କେସରେ ନାମ ଆସିବା ପରେ ମିଡିଆକୁ ଦେଖି ଇଗ୍ନୋର କଲେ ସାରା ଅଲ୍ଲୀ ଖାନ୍‌, ଦେଖନ୍ତୁ ଭିଡିଓ

ଆକ୍ଟ୍ରେସ ସାରା ଅଲ୍ଲି ଖାନ ଏବେ ବହୁତ ଚର୍ଚ୍ଚାରେ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ସାମ୍ନାକୁ ଆସିବା ପରେ ଏନସିବି ପ୍ରଶ୍ନକୁ ସାମ୍ନା କରିଥିଲେ ସାରା। ତେବେ ନିକଟରେ ସାରା ଅଲ୍ଲୀ ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ସାରା ମୁମ୍ବାଇ ଏୟାରପୋର୍ଟରେ ଚାଲି ଚାଲି ଯାଉଥିବା ନଜର ଆସୁଛନ୍ତି। ଏହି ସମୟରେ ସେ ନିଜ ଚେହେରାରେ ମାସ୍କ ଏବଂ ଫେସ୍‌ ସିଲ୍ଡ ଲଗାଇଛନ୍ତି। ସେହିପରି ସାରା ସେଠାରେ ଥିବା ମିଡିଆକୁ ଦେଖି ଇଗ୍ନୋର କରୁଥିବା ଦେଖିବାକୁ ମିଳୁଛି। ମିଡିଆକୁ ଦେଖି ନ ଦେଖିଲା ଭଳି ଚାଲିଯାଉଛନ୍ତି।

ସାରାଙ୍କର ଏହି ଭିଡିଓ ଚେନ୍ନାଇରୁ ସୁଟିଂ ସାରି ମୁମ୍ବାଇ ଫେରୁଥିବା ସମୟର ବୋଲି ଜଣାପଡିଛି। ତାଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବା ତ ବହୁତ ଜଲଦି ବରୁଣ ଧାଓ୍ଵନଙ୍କ ସହିତ ଫିଲ୍ମ ‘କୁଲି ନମ୍ବର ଓ୍ଵାନ’ରେ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ।

video courtesy : Pop Diaries

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.