Googleରେ ସର୍ଚ୍ଚ କରନ୍ତୁ ‘Rashid Khan Wife’ ଆସିବ ଅନୁଷ୍କା ଶର୍ମାଙ୍କ ନାମ ! ଜାଣନ୍ତୁ କାହିଁକି ଏମିତି ଉତ୍ତର ଦେଉଛି ଗୁଗଲ

ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାେରେ ରହୁଥିବା ଅନୁଷ୍କାଙ୍କୁ ନେଇ ଗୁଗଲରେ କିଛି ଏମିତି ସର୍ଚ୍ଚ କରାଯାଉଛି ଯେଉଁ କାରଣରୁ ସମସ୍ତଙ୍କ ମୁଣ୍ଡ ଗୋଲ ହୋଇଯାଇଛି। ଗୁଗଲରେ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନଙ୍କ ପତ୍ନୀଙ୍କ ନାମ ସର୍ଚ୍ଚ କଲେ ଆକ୍ଟ୍ରେସ ତଥା ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ନାମ ସାମ୍ନାକୁ ଆସୁଛି। ସବୁଠାରୁ ଖାସ୍‌ କଥା ହେଉଛି ରଶିଦ ଖାନଙ୍କୁ ଏବେ ମାତ୍ର ୨୨ ବର୍ଷ ଏବଂ ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। କିନ୍ତୁ ଗୁଗଲ ତାଙ୍କ ଠାରୁ ୧୦ ବର୍ଷ ବଡ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ତାଙ୍କ ପତ୍ନୀ ବନାଇ ଦେଇଛି।

anuskaଯଦି ଆପଣ ଗୁଗଲରେ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନଙ୍କ ପତ୍ନୀ ଅର୍ଥାତ Rashid Khan Wife ଲେଖି ସର୍ଚ୍ଚ କରିବେ ତ ଆପଣଙ୍କୁ ଅନୁଷ୍କା ଶର୍ମାଙ୍କ ନାମ ସାମ୍ନାକୁ ଆସିବ। ଯଦି ଏହି କଥା ଶୁଣି ବିଶ୍ୱାସୁ ନ ହେଉଛି ତାହେଲେ ଗୁଗଲରେ ନିଜେ ସର୍ଚ୍ଚ କରି ଦେଖନ୍ତୁ।

କେବଳ ଏତିକି ନୁହେଁ ଦୁହିଁଙ୍କ ବିବାହ ଡେଟ ମଧ୍ୟ ଲେଖାଅଛି। କିନ୍ତୁ ଏହି ବିବାହ ଡେଟ ବିରାଟ କୋହଲୀ ଏବହଂ ଅନୁଷ୍କା ଶର୍ମାଙ୍କ ବାହାଘର ତାରିଖ। ଆମେ ସମସ୍ତେ ଜାଣିଛନ୍ତି ଯେ ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ପତ୍ନୀ।

viratଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୮ରେ ପ୍ରିତି ଜିଣ୍ଟା ଏକ ଇନଷ୍ଟାଗ୍ରାମ ସେସନରେ ରଶିଦ ଖାନକୁ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ବିଷୟରେ ପ୍ରଶ୍ନ କରିଥିଲେ। ରଶିଦ୍ ଖାନଙ୍କ ପସନ୍ଦର ଅଭିନେତ୍ରୀ ଅନୁଷ୍କା ଶର୍ମା ଥିବାରୁ ସେବେଠୁ ରଶିଦ୍ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ବୋଲି ଗୁଗଲ୍ରେ ଦେଖଉଛି। ଯେତେବେଳେ କି ଏପର୍ଯ୍ୟନ୍ତ ରସିଦ୍ ଖାନ୍ ବିବାହ କରିନାହାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.