Below header

ଏକ ହାତୀ ପରି ଦେଖାଯାଇଥାଏ ଏହି ଦ୍ବୀପ, ଅମିତାଭ ବଚ୍ଚନ ସେୟାର କଲେ ଫଟୋ

ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହାକୁ ଦେଖିଲେ ଆମେ ଚିନ୍ତାରେ ପଡିଯାଇଥାଉ । ତା ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରିଥାଉ । ଏହା କିପରି ସମ୍ଭବ କିମ୍ବା ଯାହାବି ହୋଇଛି କିପରି ହୋଇଛି ସେ ବିଷୟରେ ଜାଣିବାକୁ ଚାଂହିଥାଉ । କିଛି ଜିନିଷର ରହସ୍ୟ ଆମେ ଜାଣୁ କିନ୍ତୁ କିଛି ରହସ୍ୟ ଲୁଚି ରହିଥାଏ । ତେବେ ଆଜି ଆମେ ଏପରି କିଛି ପ୍ରାକୃତିକ ଗଠନ ବିଷୟରେ ଆଲୋଚନା କରିବା ଯାହା କିପରି ସମ୍ଭବ ତା ବିଷୟରେ କେହି କିଛି ତଥ୍ୟ ଦେଇପାରିବେ ନାହିଁ । ଆମେ ଏପରି ଏକ ସ୍ଥାନ ବିଷୟରେ କହୁଛୁ ଯେଉଁଠାରେ କିଛି ପଥରର ଆକୃତି ଠିକ୍ ହାତୀ ପରି ଦେଖାଯାଇଥାଏ ।


ଆଇସଲ୍ୟାଣ୍ଡର ଉପକୂଳରେ ଥିବା ଏହି ପ୍ରାକୃତିକ ପଥର ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଥାଏ । ଅମିତାଭ ବଚ୍ଚନ ଏହି ପଥର ବିଷୟରେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅମିତାଭ ବଚ୍ଚନଙ୍କ ପୋଷ୍ଟ ଦେଖି ତାଙ୍କ ପ୍ରଶଂସକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ସ୍ଥାନଟି ସତ କି ନୁହେଁ । ତେବେ ଅମିତାଭ ତାଙ୍କ ପୋଷ୍ଟରେ ଏହାର ଅବସ୍ଥିତି ବିଷୟରେ ମଧ୍ୟ କହିଛନ୍ତି । ଏହାର ଚିତ୍ରକୁ ଦେଖିଲେ ଲାଗୁଛି ଯେମିତି ଏହି ବିଶାଳ ହାତୀ ହେମି ଦ୍ୱୀପ କୂଳରେ ବିଶ୍ରାମ ନେଉଛି । ବେସାଲକ୍ ପଥରରେ ନିର୍ମିତ ଏହି ବଡ଼ ଆକାରର ପଥର ଏକ ବୁଢା ହାତୀ ପରି ଦେଖାଯାଏ । ଯେପରି ଏହାର କୁଞ୍ଚିତ ଚର୍ମ ମଧ୍ୟ ଭୂପୃଷ୍ଠରୁ ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.