ଗଣେଶ ପୂଜା ଅବସରରେ ଘରେ ଏମିତି ବନାନ୍ତୁ ମିଠା ବୁନ୍ଦି, ମାତ୍ର କେଇ ମିନିଟରେ ହେବ ପ୍ରସ୍ତୁତ

ବୁନ୍ଦି ଏକ ଏମିତି ମିଠା ଯାହାକୁ ଆପଣ ଖାଇବି ପାରିବେ ଏବଂ ଲଡୁ ବି ବନାଇପାରିବେ। ଆମେ ଆପଣଙ୍କୁ କହୁଛୁ ମିଠା ବୁନ୍ଦି ବନାଇବାର ଉପାୟ ବିଷୟରେ। ଗଣେଶ ପୂଜା ଥିବାରୁ ଆପଣ ଘରେ କେମିତି ବୁନ୍ଦି ବନାଇବେ ତାହା ଆପଣଙ୍କୁ ଆଜି ଶିଖାଇବୁ।

ଆବଶ୍ୟକ ସାମଗ୍ରୀ

୨ କପ୍‌ ବେସନ, ୩ କପ୍‌ ଚିନି, ଅଳେଇଚ ପାଉଡର, ତେଲ ଛାଣିବା ପାଇଁ, ଅଧା କପ୍‌ ପାଣି।

ପ୍ରସ୍ତୁତି ପ୍ରଣାଳୀ

ବେସନକୁ ଛାଣି ଏକ ପାତ୍ରରେ ବାହାର କରିଦିଅନ୍ତୁ। ଘୋଳ ବନାଇବା ପାଇଁ ବେସନରେ ଅଧା କପ୍‌ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଅଳ୍ପ ଅଳ୍ପ ପାଣି ଦେଇ ଘୋଳକୁ ପତଳା କରନ୍ତୁ। ଘୋଳ ଏମିତି ହୋଇଥିବ ଯେମିତି ଛଣାରେ ବୁନ୍ଦ ବୁନ୍ଦ ଭାବରେ ଖସୁଥିବ। ବେସନ ଘୋଳରେ ବିଣ୍ଡା ରହିବା ଅନୁଚିତ। ଘୋଳକୁ ୫ ମିନିଟ୍‌ ପଯ୍ୟର୍ନ୍ତ ଏକଦମ୍‌ ଚିକ୍କଣ ହେବା ପଯ୍ୟର୍ନ୍ତ ଫେଟନ୍ତୁ। ଘୋଳରେ ୨ ଛୋଟ ଚାମଚ ତେଲ ପକାଇ ଫେଣ୍ଟନ୍ତୁ। ପ୍ରସ୍ତୁତ ଘୋଳକୁ ୧୦-୧୫ ମିନିଟ୍‌ ଘୋଡାଇ ରଖିଦିଅନ୍ତୁ।

ସିରା କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ଏକ କପରେ ଦେଢ଼ କପ୍‌ ଚିନି ପକାଇ ସିରା ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ବସାନ୍ତୁ। ଏହା ଫୁଟି ଆସିବା ପରେ ଏଥିରେ ଏକ ବଡ ଚାମଚ କ୍ଷୀର ପକାନ୍ତୁ ଏବଂ ସିରା ହୋଇଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ସିରାରେ ଅଳେଇଚ ପାଉଡର ପକାଇ ମିଶାଇ ଦିଅନ୍ତୁ।

ଏମିତି ବନାନ୍ତୁ ବୁନ୍ଦି

ଏକ କଡେଇରେ ତେଲ ଗରମ କରନ୍ତୁ। ଏବେ ବୁନ୍ଦି ବନାଇବା ପାଇଁ ଏକ ବଡ ଛଣା ଚାମଚ (ଫାଙ୍କ ଥିବା ଚାମଚ) ଉପରେ ଅଳ୍ପ ଅଳ୍ପ କରି ବେସନ ଘୋଳକୁ ତାହା ଉପରେ ପକାନ୍ତୁ। ଧିରେ ଧିରେ ବୁନ୍ଦି ଛାଣି ହୋଇଯିବ। ବୁନ୍ଧି ତେଲରେ ପଡିବା ମାତ୍ରକେ ଉପରକୁ ଉଠିଯିବ। ଏହା ହାଲକା ସୁନେଲୀ ରଙ୍ଗ ହୋଇଗଲାରେ ତେଲରୁ ଛାଣି ଦିଅନ୍ତୁ। ଏବେ ଏଛାଣିଥିବା ବୁନ୍ଦିକୁ ଚିନି ସିରାରେ ପକାଇ ହାଲକା ଦବାଇ ଦିଅନ୍ତୁ। ୧-୨ ମିନିଟ୍‌ ପରେ ସିରାରୁ ବୁନ୍ଦିକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିଠା ବୁନ୍ଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.