ଦୀର୍ଘ ୩୦ ବର୍ଷ ଧରି ନାରୀ ବେଶରେ ରହିଆସୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ଏହା ପଛର ପ୍ରକୃତ ରହସ୍ୟ

ମୃତ୍ୟୁ ଏକ ଚିରନ୍ତନ ସତ୍ୟ ବୋଲି ସମସ୍ତଙ୍କୁ ଜଣା । ଏହି ପରି ଏକ ଅପ୍ରିୟ ସତ୍ୟକୁ ଜାଣିଥିଲେ ସୁଦ୍ଧା ସାଧାରଣ ଲୋକେ ମୃତ୍ୟୁକୁ ବହୁ ଭୟ କରିଥାନ୍ତି । କେବଳ ସେଇଥି ପାଇଁ ହିଁ ଜଣେ ବ୍ୟକ୍ତି ଲାଲ ଶାଢ଼ୀ,କଣାରେ ଝୁମକା, ନାକରେ ନଥି, ହାତରେ କଙ୍ଗନା ପିନ୍ଧି ଦୀର୍ଘ ୩୦ ବର୍ଷ ଧରି ରହୁଛନ୍ତି ଏହି ବ୍ୟକ୍ତି । କୌଣସି ସଉକି ପାଇଁ ନୁହେଁ ବରଂ ନିଜ ବିବଶତା ଓ ଭୟ ପାଇଁ ଏହି ଭଳି ଏକ ରୂପ ଧାରଣ କରିଛନ୍ତି ଏହି ବ୍ୟକ୍ତି ଜଣକ । ସବୁସମୟରେ ମହିଳା ବେଶରେ ରହୁଥିବା ଏହି ବ୍ୟକ୍ତିଙ୍କ ଜୀବନ ଇତିହାସ ଶୁଣିଲେ ଯେ କେହି ବିସ୍ମିତ ହୋଇଯିବ । ଏହି ବ୍ୟକ୍ତି ଜଣଙ୍କର ପ୍ରକୃତ ନା ହେଉଛି ଚିନ୍ତା ହରଣ ଚୌହାନ । ପ୍ରକୃତରେ ଜୌନପୁରର ଜଲାଲପୁର କ୍ଷେତ୍ରର ଏକ ଗାଁରେ ରହୁଥିବା ଚିନ୍ତା ହରଣଙ୍କ ବିବାହ ତାଙ୍କ ପିତା ମାତା ମାତ୍ର ୧୪ ବର୍ଷ ବୟସରେ ହିଁ କରିଦେଇଥିଲେ ।

woman

ବିବାହର କିଛି ଦିନ ଭିତରେ ହିଁ ତାଙ୍କ ଜୀବନ ସାଥି ତାଙ୍କୁ ଛାଡି ଚାଲି ଯାଇଥିଲେ । ତେଣୁ ମାତ୍ର ୨୧ ବର୍ଷ ବୟସରେ ଏକ ଇଟା ଭାଟିରେ କାମ କରିବା ପାଇଁ ଚିନ୍ତା ହରଣ କଲିକତା ଚାଲିଯାଇଥିଲେ । ତାଙ୍କୁ ଏକ ଇଟା ଭାଟିର ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାର ଦାୟିତ୍ୱ ଦିଆଯାଇଥିଲା ।ସେହି ସମୟରେ ସେ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ହିଁ ଜିନିଷ କିଣିବା ପାଇଁ ହିଁ ଯାଉଥିଲେ । ସମୟ କ୍ରମେ ସେହି ଦୋକାନୀ ସହ ତାଙ୍କର ନିବିଡ଼ତା ବଢିଥିଲା । ଚିନ୍ତା ହରଣଙ୍କୁ ୨୫ ବର୍ଷ ହୋଇଥିବା ବେଳେ ଦୋକାନୀ ଜଣଙ୍କ ନିଜ ଝିଅର ବିବାହ ଚିନ୍ତା ହରଣଙ୍କ ସହ କରିଦେଇଥିଲେ । କିନ୍ତୁ ପରିବାର ଲୋକେ ଏହି କଥା କୁ ନେଇ ବିରୋଧ କରିବାରୁ କଲିକତାରେ ସ୍ତ୍ରୀ କୁ ଛାଡି ଚିନ୍ତା ହରଣ ନିଜ ଗାଁକୁ ଫେରି ଯାଇଥିଲେ । ପତିଙ୍କ ବିରହକୁ ବରଦାସ୍ତ କରିନପାରି ପରି ତାଙ୍କ ୨ୟ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ ।

woman

ଏହା ସହ ପଢନ୍ତୁ: ଆପଣ କେବେ ବୁଲିଯାଇଛନ୍ତି କି ଏଭଳି ଅଦ୍ଭୁତ ମ୍ୟୁଜିୟମ, ଯେଉଁଠି ରହିଛି ଯାଦୁବିଦ୍ୟା ଏବଂ ଗୁଣିଗାରେଡି କରୁଥିବା ଜିନିଷ

ପରେ ଘର ଲୋକେ ତାଙ୍କର ୩ୟ ବିବାହ କରିଦେଇଥିଲେ । ଏହା ପରେ ହିଁ ଯେମିତି ଚିନ୍ତା ହରଣଙ୍କ ପରିବାରର ଦୁର୍ଦ୍ଦଶା ଆରମ୍ଭ ହୋଇଯାଇଥିଲା । ଧୀରେ ଧୀରେ ଜଣ ଜଣ କରି ୧୪ ଜଣ ପରିବାର ଲୋକଙ୍କ ଅକାଳ ମୃତ୍ୟୁ ହେଲା । ଏହି ଘଟଣାର ଠିକ ପରେ ପରେ ଚିନ୍ତା ହରଣଙ୍କୁ ପ୍ରତିଦିନ ରାତିରେ ଏକ ସ୍ବପ୍ନ ଦେଖାଯାଉଥିଲା । ଏହି ସ୍ବପ୍ନରେ ସେ ନିଜର ୨ୟ ପତ୍ନୀଙ୍କୁ ହିଁ ଦେଖୁଥିଲେ । ପତିଙ୍କ ଧୋକାକୁ ବରଦାସ୍ତ କରି ନ ପାରି ଆତ୍ମହତ୍ୟା କରିଥିବାରୁ ତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସେ ନିୟମିତ ସ୍ବପ୍ନ ରେ ଆସୁଥିଲେ । ଯଦି ଚିଂତାହାରଣ ବଙ୍ଗାଳି ସଧବା ବେଶରେ ନ ରହିବେ ତେବେ ଆହୁରି ଅନର୍ଥ ଘଟିବ ବୋଲି ସ୍ୱପ୍ନରେ ଧମକେଇଥିଲେ । ପତ୍ନୀଙ୍କ ଏହି ଧମକରେ ଭୟବିତ୍ତ ହୋଇ ଚିନ୍ତା ହରଣ ଦୀର୍ଘ ୩୦ ବର୍ଷ ଧରି ନାରୀ ବେଶରେ ରହି ଆସୁଥିବା କଥା କହିଛନ୍ତି ।

ଅନ୍ୟ ମାନଙ୍କ ପାଇଁ ଏହା ଏକ ଅନ୍ଧ ବିଶ୍ୱାସ ହୋଇଥାଇ ପାରେ କିନ୍ତୁ ଚିନ୍ତାହରଣ ଅତି ବିଶ୍ୱାସର ସହ ଏହି ବେଶରେ ରହି ଆସୁଛନ୍ତି । ଏହି ବେଶ ଧାରଣ କରିବା ପରେ ହିଁ ତାଙ୍କ ପରିବାରର ମଙ୍ଗଳ ହୋଇଥିବା କଥା ଚିନ୍ତା ହରଣ ବିଶ୍ୱାସ କରନ୍ତି । ଏବେ ଚିନ୍ତା ହରଣ ମଜୁରୀ କାମ କାରୀହୀନ ନିଜ ପେଟ ପୋଷୁଛନ୍ତି । ୩ୟ ପତ୍ନୀଙ୍କ ଠାରୁ ଜନ୍ମ ହୋଇଥିବା ୨ ପୁଅ ମଧ୍ୟ ଏହି କାମ କରି ପେଟ ପୋଷୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.