ଇଞ୍ଜେକସନରେ ‘କରୋନାସୁର’କୁ ବଧ କରୁଛନ୍ତି ମା’ ଦୁର୍ଗା, ଶଶୀ ଥରୁର ବି ସେୟାର କଲେ ଫଟୋ

କରୋନା ମହାମାରୀ ଭିତରେ ବି ଏଥର ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। କରୋନାର ଭୟ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ କମିନାହିଁ। ଏବେ ସୋସିଆଲ ମିଡିଆରେ ଦୁର୍ଗା ପ୍ରତିମାର ଅନେକ ଫଟୋ ଖୁବ ଭାଇରଲ ହେବାରେ ଲାଗିଛି। ଏହି ସବୁ ଫଟୋରେ କରୋନାର କିଛି ଛାପ ଦେଖିବାକୁ ମିଳିଛି। ଫେସବୁକ ୟୁଜର Nittya Pau ପଶ୍ଚିମବଙ୍ଗର ଏକ ପେଣ୍ଡାଲରେ ନିର୍ମିତ ମା’ ଦୁର୍ଗାଙ୍କ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମା’ ଦୁର୍ଗା ଡାକ୍ତର ଏବଂ ମହିଷାସୁରକୁ ‘କରୋନାସୁର’ ରୂପରେ ଦେଖାଯାଇଛି।

kkk

hgh

ଫଟୋକୁ ୧୮ ଅକ୍ଟୋବରରେ ୟୁଜର ସେୟାର କରିଥିଲେ। ସେ କ୍ୟାପସନ ଲେଖିଥିଲେ, ‘କରୋନାଠାରୁ ମା’ ଦୁର୍ଗା ବଞ୍ଚାନ୍ତୁ। ଏହି ପ୍ରତିମାକୁ ସିଲିଗୁଡ଼ିରେ ଜିତେନ୍ଦ୍ର ପଲ ନାମକ ଶିଳ୍ପୀ ତିଆରି କରିଛନ୍ତି’। ତାଙ୍କର ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଲାଇକ୍ସ ଏବଂ ୭୩ ହଜାର ସେୟାର ମିଳିସାରିଲାଣି।

ଶଶୀ ଥରୁର ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘କୋଭିଡ-୧୯ ଥିମରେ କୋଲକାତାରେ ମା’ ଦୁର୍ଗାଙ୍କ ସୁନ୍ଦର ପ୍ରତିମା। ସେହି ଅଜ୍ଞାତ ଶିଳ୍ପୀଙ୍କୁ ମୋର ପ୍ରଣାମ’। ଏହି ପୋଷ୍ଟକୁ ବି ୧୫ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ଏହି ଫଟୋରେ ମା’ ଦୁର୍ଗା ହାତରେ ତ୍ରିଶୂଳ ବଦଳରେ ଇଂଜେକସନ ଦ୍ୱାରା କରୋନାସୁରକୁ ବଧ କରୁଛନ୍ତି।