ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ, ସତ୍ୟବ୍ରତ ସାମଲଙ୍କ ବିରୋଧରେ ଥାନାରେ ଏତଲା

କେନ୍ୟୁଜ (ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ନେଇ ଥାନାରେ ଏତଲା । ଏତଲା ଦେଇଛନ୍ତି ଉମରକୋଟର ଖେମରାଜ ବାଘ ଏବଂ କିଛି ଯୁବକ । ଅଭିଯୋଗ ଯେ ଗୁଲିପାଟଣା ସାହିର ସତ୍ୟବ୍ରତ ସାମଲ ନାମକ ଜଣେ ବ୍ୟକ୍ତି ଜାତିର ପିତାଙ୍କୁ ନେଇ ନିଜ ଫେସ୍‌ ବୁକ୍‌ ଆଇଡିରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏହାକୁ ବିରୋଧ କରି ଆଜି ଏକ ଶୋଭାଯାତ୍ରାରେ ଚନ୍ଦାହାଣ୍ଡି ଥାନାରେ ପହଞ୍ଚି ଏକ ଲିଖିତ ଏତଲା ପ୍ରଦାନ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି ଆଇନଜୀବୀ କ୍ଷେମରାଜ । ସେପଟେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସତ୍ୟ ସାମଲ । କହିଛନ୍ତି, ଗାନ୍ଧୀଙ୍କ ବିରୋଧରେ କିଛି ଲେଖକଙ୍କ ଦ୍ୱାରା ପ୍ରକାଶିତ କିଛି ପୁସ୍ତକର କିଛି ଉକ୍ତିକୁ ମୁଁ ଉପସ୍ଥାପନା କରିଛି । ଥାନାରେ ଏତଲା ମୋ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ସତ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.