Below header

ରହସ୍ୟମୟ ଭାବେ ଗାଏବ ହୋଇଯାଇଥିଲା ୧୦୬ ଯାତ୍ରୀ ଥିବା ଏହି ଟ୍ରେନ, ଯାହାର ସନ୍ଧାନ ଏପର୍ଯ୍ୟନ୍ତ ମଧ୍ୟ କେହି ପାଇଲେ ନାହିଁ

ଅନେକ ଥର ଆମ ସାମ୍ନାରୁ ଏମିତି କିଛି ଜିନିଷ ଗାଏବ ହୋଇଯାଏ, ଯାହାର ଆଭାସ ଆମକୁ ମିଳେ ନାହିଁ ଆଉ ଏହାକୁ ଆମେ ଖୋଜି ଖୋଜି ମଧ୍ୟ ପାଇନଥାଉ। ଏବେ ଭାବନ୍ତୁ ଯଦି ଆପଣଙ୍କ ସାମ୍ନାକୁ କୌଣସି ଟ୍ରେନ ଯାତ୍ରୀମାନଙ୍କ ସହିତ ଗାଏବ ହୋଇଯିବ ତେବେ କ’ଣ ହେବ। ଏମିତି କିଛି ଘଟିଥିଲା ୧୯୧୧ ମସିହାରେ। ଇଟାଲୀରେ ୧୦୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ ସୁଡଙ୍ଗ ମଧ୍ୟରେ ପଶିବା ପରେ ରହସ୍ୟମୟ ଭାବେ ଗାଏବ ହୋଇଯାଇଥିଲା। ଜେନେଟି ନାମକ ଏହି ଟ୍ରେନର ଗାଏବ ହେବାର ସୁରାକ୍‌ ଏଯାଏ ମଧ୍ୟ କାହାକୁ ମିଳିଲା ନାହିଁ।

ଟ୍ରେନଟି ରୋମନ ଷ୍ଟେସନରୁ ଗନ୍ତବ୍ୟପଥରେ ବାହାରିଥିଲା। ଏହା ମଧ୍ୟରେ ଅଧା ବାଟରେ ଏକ ସୁଡଙ୍ଗ ଦେଇ ଟ୍ରେନଟି ଯିବାର ଥିଲା। ଏହି ଟ୍ରେନରେ ୧୦୬ ଜଣ ଯାତ୍ରୀ ମଧ୍ୟ ଥିଲେ। ହଠାତ୍‌ ଟ୍ରେନଟି ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ଗାଏବ ହୋଇଯାଇଥିଲା। ଏହା ପରେ ଟ୍ରେନଟି କୁଆଡେ ଗାଏବ ହେଲା ତାହାର ସନ୍ଧାନ କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ପ୍ରକୃତ ସତ୍ୟ କାହାକୁ ଜଣାପଡିଲା ନାହିଁ।

train

ତା’ ପରେ ସେହି ଟ୍ରେନରେ ଯାଇଥିବା ଦୁଇ ଲୋକ ସୁଡଙ୍ଗ ବାହାରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ସେମାନେ ଏପରି ଏକ ଘଟଣା ବିଷୟରେ । ସେମାନେ କହିଥିଲେ, ଯେପରି ଏହି ଟ୍ରେନ ସୁଡଙ୍ଗ ପାଖକୁ ଆସିଥିଲା, ସେଥିରୁ ରହସ୍ୟମୟ ଭାବେ ଧୂଆଁ ବାହାରିବାକୁ ଲାଗିଥିଲା। ଏହାକୁ ଦେଖି ସେ ଡରିଗଲେ ଆଉ ଟ୍ରେନରୁ ଡେଇଁପଡିଲେ। ତା’ ପରେ ଟ୍ରେନ ସୁଡଙ୍ଗ ଭିତରକୁ ପଶିଥିଲା ଆଉ ବାହାରିନଥିଲା।

4

କୁହାଯାଏ, ଏହି ଘଟଣାରେ ଟ୍ରେନଟି ୭୧ ବର୍ଷ ପଛକୁ ଅର୍ଥାତ୍‌ ଅତୀତକୁ ଚାଲିଯାଇଥିଲା। କୁହାଯାଏ ଏହି ଟ୍ରେନ ୧୮୪୦ରେ ମେସ୍କିକୋକୁ ଚାଲିଯାଇଥିଲା। ଏହି କାରଣରୁ ଏହାକୁ ଭୂତ ଟ୍ରେନ ବୋଲି କୁହାଯାଏ। ଆଜି ପର୍ଯ୍ୟନ୍ତ ଏହି ଘଟଣା ସମଗ୍ର ଦୁନିଆ ପାଇଁ ରହସ୍ୟମୟ ହୋଇ ରହିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.