Below header

ସବୁଠୁ କମ ବୟସରେ ଦୃଷ୍ଟିହୀନ ମହିଳା ହାସଲ କଲେ ପିଏଚଡ଼ି ଡିଗ୍ରୀ, ନିଜ ନାଁରେ କଲେ ଐତିହାସିକ ରେକର୍ଡ

ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ଯେ କୌଣସି ବାଧା ହାର ମାନି ଯାଇପାରେ ।  ଯଦି ମନୋବଳ ଦୃଢ ତେବେ ଅଚିରେ ଯେକୌଣସି ବାଧାକୁ ପାର କରିଯାଇପାରେ | ଏମିତିକି ଅସମ୍ଭବକୁ ମଧ୍ୟ ସମ୍ଭବ କରି କରାଯାଇପାରେ ।  ଏବେପର୍ଯ୍ୟନ୍ତ ଏମିତି ଅନେକ ଅସାଧାରଣ ଘଟଣା ମାନଙ୍କର ନଜିର ରହିଥିଲେ ମଧ୍ୟ ଆଜି ଆମେ ଆପଣଙ୍କୁ ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ ।  ଯିଏ ଅସାଧାରଣ କର୍ମ କରି ନିଜ ଜୀବନରେ ତ ସଫଳତା ହାସଲ କରିଛନ୍ତି | ତାହା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜି ପାରିଛନ୍ତି ।  ନିଜେ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଦେଶର ସର୍ବକନିଷ୍ଠ ପିଏଚଡି ଡିଗ୍ରୀ ଧାରୀ ହେବାର ରେକର୍ଡ ନିଜ ନାଁରେ କରିପାରିଛନ୍ତି ଜ୍ୟୋତ୍ସା ଫନୀଯା ।

phd new

ପ୍ରକୃତରେ ଜ୍ୟୋତ୍ସା ହେଉଛନ୍ତି ହାଇଦରାବାଦର ମୂଳ ବାସିନ୍ଦା ।  ତାଙ୍କୁ ଏବେ ମାତ୍ର ୨୫ ବର୍ଷ ବୟଷ ହୋଇଥିବା ବେଳେ ଏହି ସାନ ବୟସରେ ହିଁ ସେ ଇଂରାଜୀ ସାହିତ୍ୟରେ ପିଏଚ୍ଡି ଡିଗ୍ରୀ ପୁରା କରିଛନ୍ତି ।  ତାଙ୍କ ବିଷୟ ଥିଲା ‘ପୋଷ୍ଟ କଲୋନିଆଲ ବୋମେନ ରାଇଟ୍ସ’ ।  ଆମ ସମାଜରେ ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସାଧାରଣ ଭାବେ ନ୍ୟୁନ ଦୃଷ୍ଟିରେ ଦେଖାଯିବା ସହ ଅଧିକ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ | ନିଜର ଶାରୀରିକ ଦୁର୍ବଳତା ପାଇଁ ସେମାନଙ୍କୁ ଅନ୍ୟ ମାନଙ୍କ ଟାହି ଟାପରା ମଧ୍ୟ ଶୁଣିବାକୁ ପଡିଥାଏ ।  ଗଣମାଧ୍ୟମକୁ ଦେଉଥିବା ଏକ ସାକ୍ଷାତ୍କାର ସମୟରେ ଜ୍ୟୋତ୍ସ୍ନା କହିଥିଲେ କି ସେ ଜନ୍ମରୁ ହିଁ ଦେଖିପାରନ୍ତି ନାହିଁ ।

ନିଜ ଦଶମ ପର୍ଯ୍ୟନ୍ତର ପାଠପଢା ସେ ଏକ ଅନ୍ଧ ବିଦ୍ୟାଳୟରେ ହିଁ ପୁରା କରିଥିଲେ ।  ସ୍କୁଲ ପରେ କଲେଜ ଆଡ଼ମିସନ ସମୟରେ ଜଣେ କଲେଜ ପ୍ରିନ୍ସିପାଲ ତାଙ୍କୁ ଆଡ଼ମିସନ ଦେବାକୁ ମନା କରିଦେଇଥିଲେ ।  ଏହି ଘଟଣାକୁ ହିଁ ଜ୍ୟୋତ୍ସା ଏକ ଚ୍ୟାଲେଞ୍ଜ ହିସାବରେ ଗ୍ରହଣ କରିଥିଲେ ।  ଦିବ୍ୟାଙ୍ଗ ମାନେ ବି ଅନ୍ୟ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ଏହାକୁ ପ୍ରମାଣ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ | ଏହା ପରେ ଜ୍ୟୋତ୍ସା କେବେବି ପଛକୁ ବୁଲି ଚାହିଁ ନାହାନ୍ତି ।  ୨୦୧୧ ମସିହାରେ ସେ ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେବା ସହ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ୧୦ ରିସର୍ଚ ଆର୍ଟିକଲ ମଧ୍ୟ ଲେଖିଛନ୍ତି ।

ବିଭିନ୍ନ ସେମିନାର ଓ କନ୍ଫରେନ୍ସ ଗୁଡିକରେ ୬ ଟି ର ରିସର୍ଚ ପେପରକୁ ପ୍ରଦର୍ଶନ କରିଛନ୍ତି ।  ପିଏଚ୍ଡି ସାକ୍ଷାତ କାର ସମୟରେ ଜ୍ୟୋତ୍ସ୍ନାଙ୍କୁ ଖୁବ ଅପମାନର ସାମ୍ନା ମଧ୍ୟ କରିବାକୁ ପଡିଥିଲା ।  କିନ୍ତୁ କୌଣସିଟିକୁ ଖାତିର ନକରି ଜ୍ୟୋତ୍ସ୍ନା ଆଜି ନିଜ ଲକ୍ଷ ହାସଲ ଯେ କରିପାରିଛନ୍ତି ସେଥିରେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.