Below header

ଏ ମାସରେ ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଜାଣନ୍ତୁ ଜୁନ୍‌ ମାସରେ ପଡ଼ୁଛି ଆଉ କି କି ପର୍ବପର୍ବାଣୀ

କରୋନା ଭାଇରସ ଯୋଗୁ ଲୋକମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ସ୍ଥିତି ଶୀଘ୍ର ସୁଧୁରିଯାଉ ବୋଲି ଲୋକେ ପ୍ରାର୍ଥନା କରୁଛନ୍ତି। ଏବେ ଲକ୍‌ଡାଉନ୍‌ ଯୋଗୁ ସବୁ ପୂଜାପାର୍ବଣ ବନ୍ଦ ହୋଇଛି। ତେବେ ଏହି ଜୁନ୍‌ ମାସରେ ବହୁ ପୂଜାବ୍ରତ ଆସୁଛି। ସେଥିମଧ୍ୟରେ ଓଡ଼ିଆଙ୍କ ସବୁଠୁ ବଡ଼ ପର୍ବ ଜଗନ୍ନାଥଙ୍କ ରଥଯାତ୍ରା ପ୍ରମୁଖ। ଏହା ବ୍ୟତୀତ ଚଳିତ ମାସରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବ ପଡ଼ୁଛି। ଆସନ୍ତୁ ଜାଣିବା ଜୁନ୍‌ ମାସରେ କି କି ପର୍ବ ପଡ଼ୁଛି…

June 2019 Forecast - Melanie Joy

୫ ଜୁନ୍‌: ଜ୍ୟେଷ୍ଠ ସ୍ନାନ ପୂର୍ଣ୍ଣିମା
ବଟ ସାବିତ୍ରୀ
ସନ୍ଥ କବୀର ଜୟନ୍ତୀ

୧୩ ଜୁନ୍‌: ଆଷାଢ଼ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଶୀତଳାଷ୍ଟମୀ ବସୌରା ପର୍ବ ପଡ଼ୁଛି।

୧୪ ଜୁନ୍‌: ପହିଲି ରଜ

Rajo Parba: Odisha's own way of celebrating the magical monsoon ...

୧୫ ଜୁନ୍‌: ରଜ ସଂକ୍ରାନ୍ତି

୧୭ ଜୁନ୍‌: ଆଷାଢ଼ ମାସ ଶୁକ୍ଳ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ଯୋଗିନୀ ଏକାଦଶୀ କିମ୍ବା ଶୟନୀ ଏକାଦଶୀ କୁହାଯାଏ। ମାନ୍ୟତା ରହିଛି ଯେ ଏହି ବ୍ରତ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଏହାକୁ ଖଳିଲାଗି ଏକାଦଶୀ ମଧ୍ୟ କୁହାଯାଏ।

୧୯ ଜୁନ୍‌: ଏହି ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମାସିକ ଶିବରାତ୍ରି ପୂଜା କରାଯାଏ।

୨୦ ଜୁନ୍‌: ନେତ୍ରୋତ୍ସବ

୨୧ ଜୁନ୍‌: ଜୁନ୍‌ ୨୧ ତାରିଖ ଆଷାଢ଼ ଅମାବାସ୍ୟାରେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଦେଖାଯିବ। ଏହାକୁ କର୍କଟ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି।

21 जून 2020: आषाढ़ अमावस्याଏହି ଦିନ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ମଧ୍ୟ ଅନୁଷ୍ଠିତ ହେବ।

୨୨ ଜୁନ୍‌: ଚୈତ୍ର ଓ ଶାରଦୀୟ ନବରାତ୍ରି ବ୍ୟତୀତ ବର୍ଷରେ ଆଉ ଦୁଇଟି ନବରାତ୍ରି ପଡ଼େ। ଏହାକୁ ଗୁପ୍ତ ନବରାତ୍ରି କୁହାଯାଏ। ଦେବୀଙ୍କର ଏହି ନଅ ଦିନ ବିଦ୍ୟା ଓ ସାଧନାରେ ରୁଚି ରଖୁଥିବା ଲୋକଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

୨୩ ଜୁନ୍‌: ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥ ମାନବୀୟ ଲୀଳା କରିବାକୁ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହି ଦିନ ସାରା ବିଶ୍ୱରେ ରଥଯାତ୍ରା ପାଳିତ ହୁଏ।

Ratha Yatra Festival at Koraput - Tribal Festival in Odisha ...

୨୭ ଜୁନ୍‌: ହେରା ପଞ୍ଚମୀ

୨୯ ଜୁନ୍‌: ଶ୍ରୀଜିଉଙ୍କ ନବମୀ ସନ୍ଧ୍ୟାଦର୍ଶନ

୩୦ ଜୁନ୍‌: ବିପତ୍ତାରିଣୀ ବ୍ରତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.