Below header

ଅନ୍ନପୂର୍ଣ୍ଣା ଜୟନ୍ତୀରେ କ’ଣ କରିବା ଓ କ’ଣ ନକରିବା କଥା, ଜାଣି ନିଅନ୍ତୁ, ଜୀବନରେ କେବେ କମ ହେବ ନାହିଁ ଅନ୍ନ-ଧନ

ହିନ୍ଦୁ ପଞ୍ଚାଙ୍ଗରେ ମାର୍ଗଶୀର ମାସ ପୂର୍ଣ୍ଣିମା ତିଥିରେ ସବୁ ବର୍ଷ ଅନ୍ନପୂର୍ଣ୍ଣା ଜୟନ୍ତୀ ପାଳନ କରାଯାଇଥାଏ । ଏ ବର୍ଷ ଅନ୍ନପୂର୍ଣ୍ଣା ଜୟନ୍ତୀ ୮ ଡିସେମ୍ବରରେ ପଡୁଛି । ମାତା ଅନ୍ନପୂର୍ଣ୍ଣାଙ୍କୁ ମାତା ପାର୍ବତୀଙ୍କ ସ୍ୱରୁପ ବୋଲି ମନାଯାଇଥାଏ । ଅର୍ଥାତ ଏହି ଦିନ ମାତା ପାର୍ବତୀଙ୍କ ପୂଜା ଆରାଧନା କରାଯାଇଥାଏ ।

ପୌରାଣିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଏହି ଦିନ ପୂର୍ଣ୍ଣ ଶ୍ରଦ୍ଧା, ବିଶ୍ୱାସ ଓ ନିଷ୍ଠାର ସହ ମା’ ପାର୍ବତୀଙ୍କ ପୂଜା କରିଥାନ୍ତି । ତାଙ୍କ ଜୀବନରେ କେବେ ଅନ୍ନ ଧନର କମ ହୋଇ ନଥାଏ । ମା’ ଅନ୍ନପୂର୍ଣ୍ଣାଙ୍କ କୃପା ପାଇବା ପାଇଁ ଏହି ଦିନ ଏହି ନିୟମର ପାଳନ କରନ୍ତୁ । ଆସନ୍ତୁ ଜାଣିବା କ’ଣ ସେହି ନିୟମ ।

ଅନ୍ନପୂର୍ଣ୍ଣା ଜୟନ୍ତୀରେ ଏହି କାମ ଅବଶ୍ୟ କରନ୍ତୁ

ଏହି ଦିନ ରୋଷେଇ ଘର ସଫା ସୁତରା କରି ଗଙ୍ଗାଜଳରେ ଧୁଅନ୍ତୁ । ଏହି ଦିନ ଚୁଲା, ଷ୍ଟୋଭ ଓ ଗ୍ୟାସ ଆଦି ପୂଜା କରନ୍ତୁ । ଏହି ଦିନ ଅନ୍ନ ଦାନ ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି । ଅନ୍ନ କେବେ ବି ଏହି ଦିନ ନଷ୍ଟ କରନ୍ତୁ ନାହିଁ । ଏହି ଦିନ ଲାଲ, ହଳଦିଆ ଓ ଧଳା ରଂଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ । ମାତା ଅନ୍ନପୂର୍ଣ୍ଣାଙ୍କ ପୂଜା ବ୍ରାହ୍ମ ମୁହୂର୍ତ୍ତ ଓ ସନ୍ଧ୍ୟାରେ କରିବା ଉଚିତ୍‌ ।

ଅନ୍ନପୂର୍ଣ୍ଣା ଜୟନ୍ତୀରେ ଏହି କାମ କରନ୍ତୁ ନାହିଁ

ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜାରେ କେବେ ଦୁବ ବ୍ୟବହାର କରନ୍ତୁ ନାହିଁ । ଏହି ଦିନ ରୋଷେଇ ଘର ଅପରିସ୍କାର କେବେ କରନ୍ତୁ ନାହିଁ । ଏହି ଦିନ ଲୁଣ ଖାଇବା ଉଚିତ୍‌ ନୁହେଁ । ଏପରିକି ଖାଦ୍ୟରେ ମଧ୍ୟ ଏହାର ବ୍ୟବହାର କରନ୍ତୁ ନାହିଁ । ଏହି ଦିନ ଅନ୍ନ କେବେ ବି ନଷ୍ଟ କରନ୍ତୁ ନାହିଁ । ଏହି ଦିନ ରୋଷେଇ ଘରେ କେବେ ବି ମାଛ ମାଂସ ଓ ତାମସିକ ଖାଦ୍ୟ ତିଆରି କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ରୁଷ୍ଟ ହୋଇ ଦାରିଦ୍ର୍ୟ ପ୍ରଦାନ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.