ମେସିଙ୍କ ଏକ ହଜାରତମ ମ୍ୟାଚ୍‌ରେ ଜିତିଲା ଆର୍ଜେଣ୍ଟିନା, ପହଞ୍ଚିଲା ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ

ଦୁବାଇ : ଲିଓନେଲ ମେସିଙ୍କର ପୁଣି କମାଲ । ଆର୍ଜେଣ୍ଟିନାକୁ ଦଶମ ଥର ପାଇଁ ଫିଫା ବିଶ୍ୱକପ୍‌ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚାଇଛନ୍ତି । ଆଜି ନକ୍‌ଆଉଟ୍‌ ରାଉଣ୍ଡରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଶେଷ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ପୂର୍ବରୁ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ନେଦରଲାଣ୍ଡସ ୩-୧ ଗୋଲରେ ଆମେରିକାକୁ ହରାଇ ଏହି ରାଉଣ୍ଡରେ ପହଞ୍ଚିଛି ।

ଆଜି ମେସି ନିଜ କ୍ୟାରିୟର୍‌ର ଏକ ହଜାରତମ ମ୍ୟାଚ୍‌ ଖେଳିଥିଲେ । ଆଉ ନିଜର ୭୮୯ତମ ଗୋଲ୍‌ ସ୍କୋର କରିଥିଲେ । ଆର୍ଜେଣ୍ଟିନା ତରଫରୁ ଅନ୍ୟ ଗୋଲ୍‌ଟି ଦେଇଥିଲେ ଜୁଲିଆନ୍‌ ଆଲଭାରେଜ୍‌ । ମଧ୍ୟାନ୍ତର ପର୍ଯ୍ୟନ୍ତ ଆର୍ଜେଣ୍ଟିନା ୧-୦ରେ ଆଗୁଆ ଥିଲା । ବିରତି ପରେ ଆଉ ଗୋଟିଏ ଗୋଲ୍‌ ଦେଇ ୨-୦ରେ ଆଗେଇ ଯାଇଥିଲା । ତେବେ ମ୍ୟାଚ୍‌ର ୭୭ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍‌ ଶୁଝାଇ ଦେଇଥିଲେ ମଧ୍ୟ ସମାନ ସ୍ଥିତିକୁ ଆସି ପାରିନଥିଲା ।

ଆଜି ଆମେରିକା ପ୍ରଥମ ଦଳ ଏବଂ ଏହା ପରେ ଆର୍ଜେଣ୍ଟିନା ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.