ଚାଣକ୍ୟ ନୀତି : ଖରାପ ସମୟରେ କେବେ ବି ଆପଣାନ୍ତୁ ନାହିଁ ଏପରି ସ୍ୱଭାବ, ନଚେତ୍‌ ନିଜ ଲୋକ ବି ଉଠାଇବେ ଫାଇଦା

ଚାଣକ୍ୟଙ୍କ କୁହାଯାଇଥିବା ରାସ୍ତାରେ ଚାଲିବା ଦ୍ୱାରା କଠିନ କାମ ବି ସହଜ ହୋଇ ଯାଇଥାଏ । ବ୍ୟକ୍ତିର ବ୍ୟବହାର ହିଁ ତାର ବ୍ୟକ୍ତିତ୍ୱ ର ପରିଚୟ ଦେଇଥାଏ । ମନୁଷ୍ୟ ଯେମିତି ବ୍ୟବହାର କରିଥାଏ ସେମିତି ପରିଣାମ ଭୋଗିଥାଏ । କେଉଁ ଲୋକଙ୍କୁ ଜୀବନର ସବୁ ମୋଡରେ ଅତ୍ୟାଚାର ସହିବାକୁ ପଡିଥାଏ,ସେ ସମ୍ପର୍କରେ ଚାଣକ୍ୟ କହିଛନ୍ତି । ଯେମିତି ବି ଖରାପ ସମୟ ଆସୁ ଏମିତି ସମୟରେ ମନୁଷ୍ୟକୁ କେଉଁ ପ୍ରକାର ସ୍ୱଭାବ ଆପଣାଇବା କଥା ନୁହେଁ । ନଚେତ ନିଜ ଲୋକ ବି ଫାଇଦା ଉଠାଇବାକୁ ଲାଗନ୍ତି ।

ଶ୍ଳୋକ :

ନାତ୍ୟନ୍ତଂ ସରଳୈର୍ଭାବ୍ୟଂ ଗତ୍ୱା ପଶ୍ୟ ବନସ୍ଥଳୀମ୍‌ ।

ଛିଦ୍ୟନ୍ତେ ସରଳାସ୍ତତ୍ର କୁବ୍ଗାସ୍ତିଷ୍ଠନ୍ତି ପାଦପାଃ ।।

ଅର୍ଥାତ –

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯିଏ ସ୍ୱଭାବରେ ଅଧିକ ସାଦାସିଧା, ସରଳ ଓ ସହଜ ହୋଇଥାନ୍ତି, ସେମାନଙ୍କୁ ସମାଜରେ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଚାଣକ୍ୟ ମନୁଷ୍ୟର ଅଧିକ ସରଳତାକୁ ଜଙ୍ଗଲର ସେହି ବୃକ୍ଷ ସହ ତୁଳନା କରିଛନ୍ତି, ଯାହାକୁ କାଟିବା ସହଜ ହୋଇଥାଏ । କାରଣ ଯେଉଁ ବୃକ୍ଷ ସିଧା ହୋଇଥାଏ, ତାକୁ ପ୍ରଥମେ କଟାଯାଇଥାଏ । କାରଣ ତାକୁ କାଟିବା ସହଜ ହୋଇଥାଏ ।

ଯେଉଁ ଗଛ ତେଢ଼ା ମେଢ଼ା ହୋଇଥାଏ ସେ ଶେଷ ଯାଏ ଠିଆ ହୋଇ ରହିଥାଏ । ଅର୍ଥାତ ଆବଶ୍ୟକ ଠାରୁ ଅଧିକ ସରଳ ହେବା ହାନିକାରକ ହୋଇଥାଏ । ପରିସ୍ଥିତି ଅନୁଯାୟୀ ମନୁଷ୍ୟକୁ ଚାଲାକ ଓ ଚତୁରତା ଦେଖାଇବା କଥା । ନଚେତ ପର ଲୋକ କଥା ଛାଡନ୍ତୁ ନିଜ ଲୋକ ବି ଏହାର ଫାଇଦା ନେଇଥାନ୍ତି ।

ଆବଶ୍ୟକ ଠାରୁ ଅଧିକ ଭୋଳାପଣକୁ ଦୁର୍ବଳ ମନାଯାଇଥାଏ । ଚାଣକ୍ୟ ଅଧିକ ସିଧା ସ୍ୱଭାବକୁ ମୁର୍ଖତା ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ ଖରାପ ସମୟରେ ଯଦି ମନୁଷ୍ୟ ଏହି ସ୍ୱଭାବ ନଛାଡେ ତେବେ ତାକୁ ସବୁ ସମୟ କଷ୍ଟରେ ଜୀବନ କାଟିବାକୁ ପଡିଥାଏ । ନିଜର ଲକ୍ଷ୍ୟ ପ୍ରାପ୍ତ ପାଇଁ ଏହି ସ୍ୱାର୍ଥପର ସଂସାରରେ ବ୍ୟକ୍ତିକୁ ଟିକେ ଚତୁର ହେବ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.