‘ଆଫତାବ ମୋ ଆଗରେ ପଡ଼ିଲେ ତାକୁ ଟିକିଟିକି କରି ଶହେ ଖଣ୍ଡ କରି ଦେଇଥାନ୍ତି’

ନୂଆଦିଲ୍ଲୀ : ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଏବେ ଜେଲ୍‌ରେ ଥିବା ଆଫତାବକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ । ସେ କହିଛନ୍ତି, ଯଦି ଆଫତାବ ମୋ ସାମନାରେ ପଡ଼େ ତେବେ ତାକୁ ଖଣ୍ଡାରେ ହାଣି ଶହେ ଖଣ୍ଡ କରିଦେବି ।

ଶ୍ରଦ୍ଧା ହତ୍ୟାକାଣ୍ଡରେ ଅତ୍ୟନ୍ତ ମର୍ମାହତ ସନ୍ଥ ପରମହଂସ ଆହୁରି କହିଛନ୍ତି ଯେ ଶ୍ରଦ୍ଧା ହେଉଛି ଭାରତର ଝିଅ । ତାକୁ ପ୍ରେମ ଜାଲରେ ଫସାଇ ଆଫତାବ ତାଙ୍କୁ ହତ୍ୟା କରିବା ସହ ୩୫ ଖଣ୍ଡରେ କାଟି ଦେଇଥିଲା । ଏଥଇରେ ଅତ୍ୟନ୍ତ କ୍ଷୁବ୍‌ଧ ସନ୍ଥ ଏକ ଖଣ୍ଡା ଆଣି ଆଫତାବର ଫଟୋକୁ ସେଥିରେ ଭୁଷି ଦେଇଥିଲେ । କହିଥିଲେ ଏ ଶଇତାନ ଯଦି ମୋ ହାବୁଡ଼ରେ ପଡ଼ିଥାନ୍ତା ତେବେ ମୁଁ ତାକୁ ଟିକଟିକି କରି ଶହେ ଖଣ୍ଡ କରି ଦେଇଥିନ୍ତି । ଆଫତାବକୁ ଜଣେ ଜିହାଦି ବୋଲି ବର୍ଣ୍ଣନା କରି ସନ୍ଥ ପରମହଂସ ଆହୁରି କହିଛନ୍ତି ଯେ ସେ ରାକ୍ଷସ ଠାରୁ ଆହୁରି ବଡ଼ ରାକ୍ଷସ ।

ପରମହଂସ ହେଉଛନ୍ତି ଅଯୋଧ୍ୟା ସ୍ଥିତ ତପସ୍ୱୀ ଛାଉଣୀ ମଠର ମହନ୍ତ । ସେ କେନ୍ଦ୍ର ସରକାରଙ୍କ ନିକଟରେ ଲିଭ୍‌-ଇନ୍‌ ରିଲେସନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏହାଦ୍ୱାରା ମହିଳାଙ୍କ ପ୍ରତି ହିଂସା ବଢୁଛି ବୋଲି ସେ କହିଛନ୍ତି । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତି ‘ବେଟି ବଚାଓ ବେଟି ବଢ଼ାଓ’ ଅଭିଯାନ ଚଳାଛନ୍ତି ସେହି ଦେଶରେ ଏଭଳି ଘୃଣ୍ୟ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସନ୍ତ ପରମହଂସ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.