Below header

ଅଜାଣତରେ କିଛି ଭୁଲ ହେବା ପୂର୍ବରୁ ଜାଣିନିଅନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ଦାମ୍ପତ୍ୟ ଜୀବନ ସୁଖ ହେବ। ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ। କାର୍ଯ୍ୟକ୍ଷେତ୍ରରେ କୌଣସି ଶତ୍ରୁଙ୍କ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ, ଏଥିପ୍ରତି ସାବଧାନ ରୁହନ୍ତୁ ।

ବୃଷ : ଆଜିର ଦିନରେ ଆପଣ କାମ ପ୍ରତି ଖୁବ ଆକୃଷ୍ଟ ରହିବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଅଧିକ ଲୋକମାନଙ୍କ ସହିତ ଆଜି ମିଶିବାର କାରଣରୁ ବିଚାରର ଆଦାନ-ପ୍ରଦାନ କରିପାରନ୍ତି। ଘର ଏବଂ ଦାମ୍ପତ୍ୟ-ଜୀବନରେ ଆନନ୍ଦ ରହିବ। ସାମାଜିକ କ୍ଷେତ୍ରରେ ଆପଣର କାର୍ଯ୍ୟର ପ୍ରଶଂସା ହେବ।

ମିଥୁନ :  ଆଜି ରାସ୍ତାରେ ଯିବା ଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ। ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କାହା ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ।

କର୍କଟ : ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ସମାଜରେ ଲୋକପ୍ରିୟତା ବଢ଼ିବ। ମହିଳାମାନେ ସଂସ୍କାରପ୍ରିୟ ହେବେ। ବ୍ୟବସାୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଅନ୍ୟକୁ ସାହଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ସିଂହ : ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

କନ୍ୟା : ଆଜି ଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀର ମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ।

ତୁଳା : ଶାରୀରିକ ଏବଂ ମାନସିକ ସତେଜତାର ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥିରେ ସାକ୍ଷାତକରି ହେବ। ସାଥିମାନଙ୍କଠାରୁ ଲାଭ ହେବ। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ।

ବିଛା : ଆଜି ବୁଝି ବିଚାରି କାର୍ଯ୍ୟ କରି ସଫଳତା ପାଇବେ। ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ତରରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ।

ଧନୁ : ଆଜିର ଦିନ ଆନନ୍ଦପୂର୍ବକ କଟିବ। ବ୍ୟବସାୟ ଏବଂ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ବ୍ୟାପାରରେ ବୃଦ୍ଧି ହେବ। ପରିଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟାଇବେ। ମହିଳାବର୍ଗଙ୍କଠାରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି।

ମକର : ଆପଣ ହୃଦୟ ଏବଂ ମନରେ ସ୍ଵସ୍ଥ ଏବଂ ପ୍ରଫୁଲ୍ଲିତ ରହିବେ। ଆର୍ଥିକ ମାମଲାରେ ଅଧିକ ଧ୍ୟାନ ଦେବାରୁ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହଯୋଗ ମିଳିବ। ବ୍ୟାପାରରେ ବୃଦ୍ଧି ହେବ।

କୁମ୍ଭ : ଆଜିର ଦିନ କିଛି ଅସୁବିଧାରେ ଭରା ହୋଇପାରେ। ଅନେକ କଥାକୁ ନେଇକରି ଆପଣଙ୍କୁ ଚିନ୍ତା ହୋଇପାରେ। ଆପଣ ଶାରୀରିକ ତଥା ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ପରିବାରର ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।

ମୀନ :  ଆଜି ଆପଣଙ୍କୁ ଯଶ-କୀର୍ତ୍ତି ଏବଂ ମାନ-ସମ୍ମାନ ପ୍ରାପ୍ତ ହେବାର ଯୋଗ ଅଛି। ମନୋରଞ୍ଜନ କ୍ଷେତ୍ରରେ ଆପଣଙ୍କ ଦିନ ଆନନ୍ଦପୂର୍ଣ୍ଣ ରହିବ। ବ୍ୟାପାରିମାନଙ୍କୁ ଧନ ମିଳିବାର ସମ୍ଭାବନା ଅଛି। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ନରମ-ଗରମ ହୋଇପାରେ। ଆକସ୍ମିକ ଲାଭ ହେବାର ସମ୍ଭାବନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.