ନ ଦେଖିଲା ଲୋକ ଦେଖ,ମଇଁଷି ଜନ୍ମ ଦେଲା ଧଳା ରଙ୍ଗର ଛୁଆ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ସାଧାରଣତଃ ଆପଣମାନେ କଳା ରଙ୍ଗର ମଇଁଷି ଦେଖିଥିବେ କିନ୍ତୁ କ’ଣ ଆପଣ କେବେ ଧଳା ରଙ୍ଗର ମଇଁଷି ଦେଖିଛନ୍ତି। ବୋଧ ହୁଏ କେବେ ବି ଆପଣ ଏପରି ମଇଁଷି ଦେଖିନଥିବେ। କାରଣ ମଇଁଷି ଜନ୍ମରୁ ହିଁ କଳା ରଙ୍ଗର ହୋଇଥାଏ। ଏଭଳି ଏକ ଘଟଣା ଅମେରିକାର ମୋଂଟାନାରେ ଦେଖିବାକୁ ମିଳିଛି। ବାସ୍ତବରେ ଏଠାରେ ଏକ କଳା ରଙ୍ଗର ମଇଁଷି ଧଳା ରଙ୍ଗର ଛୁଆ ଜନ୍ମ କରିଛି। ଯାହାର ନାଁ ହ୍ଵାଇଟ୍‌ ବଫାଲୋ ମେଡେନ ରଖାଯାଇଛି। ଯାହାକୁ ବିଧିର ବିଧାନ କୁହାଯାଇପାରେ। ସେହିଭଳି ଏଭଳି ଘଟଣା ବୈଜ୍ଞାନିକମାନଙ୍କ ପାଇଁ ଏକ ଅଦ୍ଭୁତମୟ ଘଟଣା। ହର୍ମୋନରେ ପରିବର୍ତ୍ତନ କାରଣରୁ ମଇଁଷି ଏପରି ଛୁଆ ଜନ୍ମ ଦେଇପାରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

buffaloବିଶେଷଜ୍ଞଙ୍କ କହିବାନୁଯାୟୀ ପାଖାପାଖି ୧ମିଲିୟନ ମଇଁଷିଙ୍କ ମଧ୍ୟରେ କେବଳ ଏପରି ଗୋଟିଏ ମଇଁଷି ଦେଖିବାକୁ ମିଳିଛି। ସମୟ ସହ ମଇଁଷି ଛୁଆ ବଡ ହେବା ପରେ ତା’ର ଧଳା ରଙ୍ଗ ଗାୟବ ହୋଇଯିବା ସହ କଳା ଏବଂ ଧୂସର ରଙ୍ଗର ହୋଇଯାଇଥାଏ। ସୂଚନା ମୁତାବକ ଏହି ଧଳା ରଙ୍ଗର ମଇଁଷି ଜନ୍ମ ହେବା ନେଇ ସେଠାକାର ଲୋକମାନେ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ଏନେଇ ଆଦିବାସୀମାନଙ୍କ ପକ୍ଷରୁ ଆୟୋଜିତ କରାଯାଇଥିବା ପର୍ବର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏହି ଧଳା ରଙ୍ଗର ମଇଁଷି ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.