Below header

ଗଞ୍ଜାମ: ବାଇକରେ କୁମ୍ଭୀର ନେଇ ଛାଡିବାରୁ କାର୍ଯ୍ୟାନୁଷ୍ଠାନ,ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ପ୍ରମୋଦ ଖ଼ଡଗରାୟ ସସପେଣ୍ଡ

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ପ୍ରମୋଦ ଖ଼ଡଗରାୟ ସସପେଣ୍ଡ । ତଲାସିଙ୍ଗି ଗାଁ ନିକଟରେ ଥିବା ଜମିରୁ କୁମ୍ଭୀର ଉଦ୍ଧାର ପରେ ଜଣେ ବନ କର୍ମଚାରୀ ସେହି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାଇକରେ ପଛରେ ବସାଇ କୁମ୍ଭୀରକୁ ଘୋଡ଼ାହାଡ଼ ଡ୍ୟାମରେ ଛାଡ଼ିଥିଲେ । ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । କୁମ୍ଭୀରକୁ ଯେଉଁ ଅବସ୍ଥାରେ ବାଇକରେ ନିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କରେ ବ୍ରହ୍ମପୁର ଡିଏଫଓ ତଦନ୍ତ କରି କୁମ୍ଭୀରକୁ ଧରି ଛଡ଼ାଯିବା ପ୍ରକ୍ରିୟାରେ ତ୍ରୁଟି କରିଥିବା ଅଭିଯୋଗରେ ରେଞ୍ଜରଙ୍କୁ ସସପେଣ୍ଡ କରାଯାଇଛି । ଏଥିସହ ଘଟଣାରେ କିଏ କିଏ ଅବହେଳା କରିଛନ୍ତି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.