Below header

Tiktok କୁ ନେବନି ମାଇକ୍ରୋସଫ୍ଟ, ଏବେ କିଣିବ ଓରାକଲ

ମାଇକ୍ରୋସଫ୍ଟ ଏବେ ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକଟକ୍ କିଣିବ ନାହିଁ | ଆମେରିକାର କମ୍ପାନି ମାଇକ୍ରୋସଫ୍ଟ କହିଛି ଯେ, ଟିକଟକର ପ୍ୟାରେଣ୍ଟ୍ କମ୍ପାନି ବାଇଟ୍ ଡାନ୍ସ ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ମାଇକ୍ରୋସଫ୍ଟକୁ ଛାଡ଼ି ଏବେ ବାଇଟ୍ ଡାନ୍ସ ଆମେରିକାର ଓରାକଲ୍ କମ୍ପାନିକୁ ଟିକଟକ୍ ବିକ୍ରି କରିବାକୁ ଚିନ୍ତା କରୁଥିବା ସାମ୍ନାକୁ ଆସିଛି।

TIKTOK

ସୂଚନା ମୁତାବକ, ବାଇଟ୍ ଡାନ୍ସକୁ ଟିକଟକର ଆମେରିକୀୟ ବ୍ୟବସାୟ ବିକ୍ର କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ୧୦୦ଦିନ ସମୟ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ବିକ୍ରି ନହେଲେ ଆମେରିକାରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ତେବେ ପ୍ରଥମେ ମାଇକ୍ରୋସଫ୍ଟ ଟିକଟକୁ କିଣିବା ନେଇ ଖବର ମିଳୁଥିବା ବେଳେ ଏବେ ବାଇଟ୍ ଡାନ୍ସ ଓରାକିଲକୁ ଟିକ୍-ଟକ୍ ବିକ୍ରି କରିବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକୀୟ କମ୍ପାନୀ ଓରାକିଲ ଟିକଟକର ଆମେରିକୀୟ ବ୍ୟବସାୟ କିଣିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.