କ’ଣ ସବୁଜ ଆଲୋକରେ ବସିଲେ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ? ଜାଣନ୍ତୁ ଅଧ୍ୟୟନରୁ କି ନିଷ୍କର୍ସ ପାଇଲେ ବୈଜ୍ଞାନିକ 

ସବୁଜ ଆଲୋକରେ ବସିଲେ ମାଇଗ୍ରେନର ତୀବ୍ରତା ହ୍ରାସ ପାଇଥାଏ। University of Arizonaର ବୈଜ୍ଞାନିକମାନେ ମଣିଷ ଉପରେ କରିଥିବା ଏକ ରିସର୍ଚ୍ଚରୁ ଏହି ନିଷ୍କର୍ସ ବାହାର କରିଛନ୍ତି। ୩ ବର୍ଷ ପୂର୍ବରୁ ସେମାନେ ମୂଷା ଉପରେ ଏହି ଅଧ୍ୟୟନ କରିଥିଲେ। Migraine Research Foundation ମୁତାବକ, ମାଇଗ୍ରେନ ବିଶ୍ୱର ତୃତୀୟ ସବୁଠାରୁ ବଡ଼ ମରଣାନ୍ତକ ରୋଗ। ଏଥିରେ ୩୯ ମିଲିୟନ ଲୋକ ଆମେରିକାରେ ପୀଡିତ। ବିଶେଷଜ୍ଞ ଡାକ୍ତର ମହମ୍ମଦ ଇବ୍ରାହିମ ଏବଂ ତାଙ୍କ ସାଥୀ ୨୯ଜଣ ମାଇଗ୍ରେନ ରୋଗୀଙ୍କ ଉପରେ ସବୁଜ ଆଲୋକ ଚିକିତ୍ସା ପଦ୍ଧତି ଆପଣାଇଥିଲେ।

kn

ପରୀକ୍ଷଣ ଆରମ୍ଭ ହେବା ପୂର୍ବରୁ ୧୦ ସପ୍ତାହ ପର୍ଯ୍ୟନ୍ତ ସେମାନଙ୍କୁ ୨ ଘଣ୍ଟା ଧରି ଧଳା ଆଲୋକରେ ବସାଯାଉଥିଲା। ଏହାର ୨ ଘଣ୍ଟା ଛାଡି ଦିଆଯାଉଥିଲା ଏବଂ ପୁଣି ପ୍ରୟୋଗ ଆରମ୍ଭ କରାଯାଉଥିଲା। ପରେ ସେମାନଙ୍କୁ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ଦୈନିକ ସବୁଜ ଆଲୋକରେ ବସାଯାଇଥିଲା। ଦୁଇଟି ପରୀକ୍ଷଣରେ ଧଳା ଏବଂ ସବୁଜ ଏଲଇଡି ବ୍ୟବହାର କରାଯାଇଥିଲା। ସେହିପରି ଭଲ୍ୟୁଣ୍ଟିୟରମାନଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନ ମଧ୍ୟ ପଚରାଯାଉଥିଲା, ଯେପରି ମାଇଗ୍ରେନ ସହ ଜଡ଼ିତ ସମସ୍ୟା ବିଷୟରେ ଜଣାପଡିବ।

m

ଏହାଛଡା ରୋଗୀମାନଙ୍କୁ ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଜାରି ରଖିବାକୁ ଭଲ୍ୟୁଣ୍ଟିୟରମାନଙ୍କୁ ଅନୁମତି ଦିଆଯାଇଥିଲା। ଯଦି କୌଣସି ନୂଆ ଔଷଧ କି ଉପାୟ ଆପଣାଇବାକୁ କୁହାଯାଏ, ତେବେ ବି ଏହାକୁ କରିବାକୁ କୁହାଯାଇଥିଲା। ଅଧ୍ୟୟନ ଶେଷରେ ଯେତେବେଳେ ଡାଟା ପରୀକ୍ଷଣ କରାଗଲା, ସେତେବେଳେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା।

ରୋଗୀଙ୍କଠାରେ ମାଇଗ୍ରେନ ଯୋଗୁ ହେଉଥିବା ତୀବ୍ର ଯନ୍ତ୍ରଣା ୬୦ ପ୍ରତିଶତ କମିଯାଇଥିଲା। ସେହିପରି ୪୦ ପ୍ରତିଶତ ଯେତିକି ଯନ୍ତ୍ରଣା ଅନୁଭବ ହେଉଥିଲା, ତାହା ବି ଖୁବ କମ ସମୟ ପାଇଁ। ବୈଜ୍ଞାନିକମାନେ କହିଥିଲେ, ସବୁଜ ଆଲୋକରେ ବସିବା ଦ୍ୱାରା ରୋଗୀମାନଙ୍କର ଶୋଇବା, ଉଠିବା, ଦୈନିକ କାମ କରିବାର ସ୍ଥିତି ମଧ୍ୟ ବଢ଼ିଆ ହୋଇଯାଇଥିଲା। କାରଣ, ସେମାନଙ୍କୁ ମୁଣ୍ଡବିନ୍ଧାର ଯନ୍ତ୍ରଣା କମ ହେଉଥିଲା।

img 3964

ଖାସ କଥା ହେଉଛି, ସବୁଜ ଆଲୋକରେ ଚିକିତ୍ସା ଦ୍ୱାରା କୌଣସି ସାଇଡ ଇଫେକ୍ଟ ସାମ୍ନାକୁ ଆସି ନ ଥିଲା। ତେବେ ଡାକ୍ତର ଏହା ସାବଧାନ ମଧ୍ୟ କରାଇଥିଲେ କି, ରିସର୍ଚ୍ଚ ପ୍ରାଥମିକ ସ୍ତରରେ ହୋଇଛି। ବର୍ତ୍ତମାନ ଆହୁରି ବି ରିସର୍ଚ୍ଚ କରିବାର ଆବଶ୍ୟକତା ଅଛି, ଯଦ୍ଦ୍ୱାରା ଜଣାପଡିବ କି, ସବୁଜ ଆଲୋକ କେଉଁ ପ୍ରକାର ମାଇଗ୍ରେନ ଯନ୍ତ୍ରଣାକୁ ଉପଶମ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.