Below header

କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ

ଆଜି ଦେଶ ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ଆମ ଦେଶ ବ୍ରିଟିଶ୍‌ ରାଜ୍‌ରୁ ମୁକ୍ତ ହୋଇ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା । ହେଲେ ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ସେହି ଦିନ ସକାଳ ଠିକ୍‌ ୧୦.୧୮ ମିନିଟ୍‌ରେ ଭାରତୀୟ ସମ୍ବିଧାନ ଲାଗୁ ହୋଇଥିଲା । ତେଣୁ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବ ପୂର୍ଣ୍ଣ ସ୍ୱରାଜ ଦିବସ ଭାବେ ପାଳନ କରାଯାଉଛି ।
ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଲେଖା ଆରମ୍ଭ ହୋଇଥିଲା । ଡ. ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ସମ୍ବିଧାନ ଲେଖା ଯାଇଥିଲା । ଏହାକୁ ଲେଖିବା ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ଓ ୧୮ ଦିନ ।

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରନ୍ତି । ଏହି ଅବସରରେ ୨୧ଟି ତୋପର ସଲାମୀ ଦିଆଯାଏ । ଦିଲ୍ଲୀ ରାଜପଥରେ ଆୟୋଜିତ ହୁଏ ଏହି ଭବ୍ୟ ସମାରୋହ । ସେପଟେ ପ୍ରଧାନମନ୍ତ୍ରୀ ଅମରଜ୍ୟୋତି ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି ।

ଏଥର କଣ ନୂଆ

ଚଳିତ ଥର ରାଷ୍ଟ୍ରୀୟ ଉତ୍ସବ ତଥା ପରେଡ୍‌ରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏବଂ ତାଙ୍କ ପତ୍ନୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଉଛନ୍ତି । ୧୯୫୫ରେ ପ୍ରଥମଥର ସାଧାରଣତନ୍ତ୍ର ଦିବସରେ ପରେଡ୍‌ ଅନୁଷ୍ଠିତ ହୋଇଥିଲା । ଏଥର ନୂଆକରି ନାରୀ ଶକ୍ତିର ପ୍ରଦର୍ଶନ ସ୍ୱରୂପ ମହିଳାଙ୍କ ଡେୟାର ଡେଭିଲ ସୋ ରହିଛି । ପୁଣି ୯୦ ବର୍ଷରୁ ଊର୍ଦ୍ଧ୍ୱ ଅବସର ପ୍ରାପ୍ତ ସେନା କର୍ମଚାରୀ ପରେଡ୍‌ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.