Below header

ମୁଁ ଡରେନି କି ଡ଼ରିବିନି, ଘରେ ପଶିଥିବା ନାଗସାପକୁ ଏମିତି ଘଉଡ଼ାଇଲେ ମହିଳା

ଈଶ୍ବରଙ୍କ ସୃଷ୍ଟିରେ ପ୍ରତିଟି ଜୀବ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ସୃଷ୍ଟି କର୍ତ୍ତା ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲକୁ ବାସସ୍ଥାନ ଭାବରେ ଚୟନ କରିଥିବା ବେଳେ ମଣିଷଙ୍କ ରହିବା ଘର ବନେଇଛନ୍ତି । ପ୍ରତିଟି ଜୀବ ଯେମିତି ଭଲରେ ରହିପାରିବେ, ସୁରୁଖୁରୁରେ ଜୀବନ ଅତିବାହିତ କରିପାରିବେ ସେଥିପାଇଁ ପରସ୍ପର ପରସ୍ପରକୁ ସମ୍ମାନ ଦେବା ନିହାତି ଦରକାର । ଯଦି ଏଥିରେ କିଛି ବି ବିଭ୍ରାଟ ଘଟେ ତେବେ ସୃଷ୍ଟିରେ ସନ୍ତୁଳନ ଠିକ ଭାବରେ ରକ୍ଷା କରାଯାଇପାରେ ନାହିଁ । ପରସ୍ପରକୁ କେମିତି ସମ୍ମାନ ଦେବା ସହ ନିଜ ବାସସ୍ଥାନକୁ କେମିତି ସୁରକ୍ଷା ଦେବେ ସେନେଇ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଘଟଣାଟି ପ୍ରକୃତରେ ଜଣେ ମହିଳା ଓ ଏକ ବିଷାକ୍ତ ନାଗ ସାପକୁ ନେଇ । ଘରେ ମହିଳା ଜଣଙ୍କ ଏକୁଟିଆ ଥିବାବେଳେ ଘର ଭିତରକୁ ଏକ ବିଷାକ୍ତ ନାଗ ସାପ ପଶିଆସିଥିଲା । ହଟାତ ମହିଳା ଜଣଙ୍କ ଆଖି ପଡିଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥାଯେ ଘରେ ଏମିତି ଏକ ବିଷାକ୍ତ ସାପକୁ ଦେଖି ମହିଳା ଜଣଙ୍କ ଆଦୌ ବି ଭୟ କରିନଥିଲେ କି ଵ୍ୟସ୍ତବିବ୍ରତ ହୋଇ ଆଉ କାହାର ସାହାଯ୍ୟ ଲୋଡିନଥିଲେ । ସ୍ଥିର ମନରେ ସାହାସିକତାର ସହ ମାତ୍ର ଏକ ବାଡ଼ି ସାହାଯ୍ୟରେ ସାପଟିକୁ ଘଉଡ଼ାଇ ଦେଇଥିଲେ । ଆଉ ସାପଟି ମଧ୍ୟ ଧୀରେ ଧୀରେ ବାହାରକୁ ବାହାରି ଯାଉଛି ।

 

 

ମଝିରେ ସାପଟି ଭୟବିତ୍ତ ହୋଇ ମହିଳା ଜଣଙ୍କ ଉଦ୍ଦେଶ୍ୟରେ ଫଣା ଟେକି ଦେଉଛି । ବୋଧ ହୁଏ ତାକୁ ଲାଗୁଛି ମହିଳା ତାକୁ ଜୀବନରୁ ମାରିଦେବେ । କିନ୍ତୁ ସେମିତି କିଛି ବି ଘଟୁନି । ପରେ ଧୀରେ ଧୀରେ ସାପଟି ତା ବାଟରେ ଚାଲିଯାଉଛି । ମହିଳାଙ୍କ ଏମିତି ଏକ ଦୁଃସାହସିକ କାମ ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଭିଡିଓଟିକୁ ଆଇଏଏସ ସୁପ୍ରିୟା ସାହୁ ପୋଷ୍ଟ କରିଥିବାବେଳେ ମହିଳାଙ୍କ ଏମିତି ଏକ ବିଶେଷ ଗୁଣକୁ ଥ୍ରୀ ସି ଆକାରରେ ବ୍ୟକ୍ତ କରିଛନ୍ତି । କୁଲ, କାମ ଓ କଲେକଟେଡ଼ । ଆଉ ଏହା ସେ ଲେଖିଛନ୍ତିକି ଆମେ ଏମିତି ଲୋକଙ୍କ ସନ୍ଧାନରେ ଅଛୁ ଯେଉଁମାନେ ବନ୍ୟଜନ୍ତୁଙ୍କ ସମ୍ମାନ କରୁଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.