Below header

ଆଖିର ଜ୍ୟୋତି ବଢ଼ାଇବାରେ ଖୁବ ଲାଭଦାୟୀ ହୋଇଥାଏ ଆଲମଣ୍ଡ, ଜାଣିରଖନ୍ତୁ କେମିତି କରିବେ ବ୍ୟବହାର

ଆମ ସମସ୍ତଙ୍କୁ ଜଣା ବାଦାମରେ ଭରପୁର ମାତ୍ରାରେ ଭିଟାମିନ ଇ, କ୍ୟାଲସିୟମ, ଫାଇବର, ଆଇରନ, ମ୍ୟାଗନେସିୟମ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି -ଏଜିଙ୍ଗ ଗୁଣ ଭରି ରହିଥାଏ ।  ଏମିତିରେ ଏହାର ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ ।  ଆପଣ ନିଜ ଡାଏଟରେ ଭିନ୍ନ ଭିନ୍ନ ତରିକାରେ ଏହାକୁ ସାମିଲ କରିପାରିବେ ।  ତେବେ ଆସନ୍ତୁ ବାଦାମ ଖାଇବାର ସଠିକ ତରିକା ଓ ଏହାର ଫାଇଦା ବିଷୟରେ ଜାଣିରଖିବା:

କେମିତି ଡାଏଟରେ କରିବେ ସାମିଲ:

– ରାତିସାରା ୫ଟି ବାଦାମ ପାଣିରେ ଭିଜେଇ ଦିଅନ୍ତୁ ।  ସକାଳେ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ ଖାଲି ପେଟରେ ଚୋବାଇ ଦିଅନ୍ତୁ ।

– ଆପଣ କଷ୍ଟର୍ଡ, ବାଦାମ ସେକ, ସ୍ମୁଦି, କେକ୍ ଆଦିରେ ମିଶାଇ ଖାଇପାରିବେ ।

– ସନ୍ଧ୍ୟା ସମୟରେ ଛୋଟ ଛୋଟ ଭୋକ ମେଣ୍ଟାଇବା ପାଇଁ ବି ଆପଣ ବାଦାମକୁ ହାଲୁକା ଭାଜି ଖାଇପାରିବେ ।

– ନଚେତ କ୍ଷୀରରେ ବାଦାମ ପେଷ୍ଟ ମିଶେଇ ସେବନ କରିପାରିବେ ।

eye image
pic: iStock

ଇମ୍ୟୁନିଟି ବଢ଼ାଇଥାଏ:

ପୋଷକ ତତ୍ତ୍ୱ ବା ଆଣ୍ଟି-ଆକ୍ସିଡେଣ୍ଟ ପରି ଗୁଣରେ ଭରପୁର ବାଦାମ ଖାଇବା ଦ୍ୱରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ।  ଏହା ବ୍ୟତୀତ ଶରୀରକୁ ବିଭିନ୍ନ ରୋଗ ସହିତ ଲଢ଼ିବା ପାଇଁ ବି ଶକ୍ତି ମିଳିଥାଏ ।

ବାଦାମରେ କୋଲେଷ୍ଟେରଲ ନଥିବାରୁ ଏହାର ସେବନ ଦ୍ୱାରା ଶରୀରରେ LDL ଲେବଲ କମିଥାଏ ।  ଏହା ସହ ହୃଦୟ ବି ସୁସ୍ଥ ରହିଥାଏ ।

ବିଭିନ୍ନ ପ୍ରକାର ହେଲଦି ଫ୍ୟାଟରେ ଭରପୁର ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।  ତେଣୁ ଓଜନ ନିୟନ୍ତ୍ରଣ ପାଇଁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହା ଖୁବ ଭଲ ବିକଳ୍ପ ।

ଆଖିର ଜ୍ୟୋତି ବଢ଼ାଇବାରେ ବି ବାଦାମ ଏକ ଭଲ ଖାଦ୍ୟ ।  ଆଖିର ଜ୍ୟୋତି ବଢିବା ସହିତ ଏହା ସହ ଜଡିତ ଅନ୍ୟାନ ସମସ୍ୟା ବି ଦୂର ହୋଇଥାଏ ।

ବୟସାଧିକ ଦାଗ କମ କରିବା ସହିତ କେଶକୁ ମଜବୁତ କରିଥାଏ ବାଦାମ ।  ଚାହିଁଲେ ବାଦାମ ପେଷ୍ଟକୁ କ୍ଷୀରରେ ମିଶାଇ ଚେହେରା ଲଗାଇପାରିବେ ।  କେଶ ଘନ କରିବା ସହ ଏହାର ଚମକ ମଧ୍ୟ ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.