Below header

ଆତ୍ମନିର୍ଭରଶୀଳ ହେବା ପାଇଁ ଟେରାକୋଟା ହସ୍ତଶିଳ୍ପ ପ୍ରଶିକ୍ଷଣ ନେଉଛନ୍ତି ସତୀକୁଦର ଗାଁର ମହିଳାମାନେ

କେନ୍ଦୁଝର  ଜିଲ୍ଲା ସଦର ବ୍ଲକର ସତୀକୁଦର ଗାଁ । ମହିଳାମାନଙ୍କର ଟେରାକୋଟା ପ୍ରଶିକ୍ଷଣ ଏବେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପ୍ରଥମେ ଡ୍ରଇଁ, ପରେ ମାଟିରେ ସାମଗ୍ରୀ ତିଆରି, ଶୁଖିବା ପରେ ଏହାକୁ ପୋଡିବା ପରେ ଏବେ ମାଟିରେ ବିଭିନ୍ନ ପ୍ରକାର ଟେରାକୋଟା ସାମଗ୍ରୀ ତିଆରି କରିଛନ୍ତି ମହିଳା ।

କେନ୍ଦୁଝର (କେନ୍ୟୁଜ୍):  କେନ୍ଦୁଝର  ଜିଲ୍ଲା ସଦର ବ୍ଲକର ସତୀକୁଦର ଗାଁ । ମହିଳାମାନଙ୍କର ଟେରାକୋଟା ପ୍ରଶିକ୍ଷଣ ଏବେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପ୍ରଥମେ ଡ୍ରଇଁ, ପରେ ମାଟିରେ ସାମଗ୍ରୀ ତିଆରି, ଶୁଖିବା ପରେ ଏହାକୁ ପୋଡିବା ପରେ ଏବେ ମାଟିରେ ବିଭିନ୍ନ ପ୍ରକାର ଟେରାକୋଟା ସାମଗ୍ରୀ ତିଆରି କରିଛନ୍ତି ମହିଳା । ଏହିସବୁ ସାମଗ୍ରୀରେ ମହିଳାମାନେ ଏବେ ବିଭିନ୍ନ ଆକର୍ଷଣୀୟ ରଙ୍ଗ ଲଗାଉଛନ୍ତି । ଗତ ୬ମାସ ଧରି ଟେରାକୋଟାରେ କିଭଳି ଭାବେ ବିଭିନ୍ନ ସାମଗ୍ରୀ ତିଆରି କରିବେ, ସେନେଇ ପ୍ରଶିକ୍ଷକ ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ଦେଉଛନ୍ତି ।

terakotta

ସତୀକୁଦର କୁମ୍ଭାରସାହିରେ ଲୋକମାନେ ପୂର୍ବରୁ ପାରମ୍ପରିକ ପଦ୍ଧତିରେ ମାଟିରେ ହାଣ୍ଡି, ମାଠିଆ ଆଦି ସାମଗ୍ରୀ ତିଆରି କରୁଥିଲେ । ଗାଁର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଜିଲ୍ଲା ହସ୍ତଶିଳ୍ପ କେନ୍ଦ୍ର ଆନୁକୂଲ୍ଯରେ ୧୫ଜଣ ମହିଳାଙ୍କୁ ଗତ ୬ମାସ ଧରି ଟେରାକୋଟା ହସ୍ତଶିଳ୍ପ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଜଣେ ପ୍ରଶିକ୍ଷକ ନିଯୁକ୍ତି ଦେବା ସହ, ପ୍ରତିମାସ ସମସ୍ତ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ୧ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏଥିସହ, ପ୍ରଶିକ୍ଷଣ ପାଇଁ ଆବଶ୍ଯକ ସମସ୍ତ ସାମଗ୍ରୀ ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି । ଏହାପରେ ମହିଳାମାନେ ନିଜ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ସରକାରୀ ଷ୍ଟଲ୍‌ ରେ ବିକ୍ରୀକରି ରୋଜଗାରକ୍ଷମ ହୋଇ ପାରିବେ ବୋଲି କହିଛନ୍ତି ପ୍ରଶିକ୍ଷକ ।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାରଙ୍କର ରହିଛି ବିଭିନ୍ନ ଯୋଜନା । ଗତ ୬ମାସ ଧରି ୧୫ଜଣ ମହିଳା ଟେରାକୋଟା ହସ୍ତଶିଳ୍ପ ପ୍ରଶିକ୍ଷଣ ନେଉଥିବା ସହିତ ଆଖି ଲାଖିଯାଉଥିବା ଭଳି ସୁଦୃଶ୍ଯ ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଆଗକୁ ମେଳା ମହୋତ୍ସବରେ ନିଜ ଉତ୍ପାଦିତ ଟେରାକୋଟା ସାମଗ୍ରୀ ବିକ୍ରୀ କରି ଭଲ ଦିପଇସା ରୋଜଗାର କରିବାର ଆଶା ରଖିଛନ୍ତି ସତୀକୁଦର ଗାଁର ଏହି ମହିଳା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.