ଦୁନିଆର ସବୁଠାରୁ ମହଙ୍ଗା କାଠ, ଯାହାର ୧ କେଜିର ଦାମ ଶୁଣିଲେ ଉଡିଯିବ ହୋସ୍‌

ଆପଣ ଅନେକ ପ୍ରକାର କାଠ ଦେଖିଥିବେ। କିନ୍ତୁ ଦୁନିଆରେ ଏପରି କିଛି ଅବିଶ୍ୱସନୀୟ କାଠ ରହିଛି, ଯାହା ପ୍ରକୃତିରେ ଦୁର୍ଲଭ। ଏହି କାଠର ଦାମ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ। ସାଧାରଣତଃ ଚନ୍ଦନ କାଠକୁ ଲୋକେ ମହଙ୍ଗା ବୋଲି ଭାବନ୍ତି। ଯାହାର ମୂଲ୍ୟ ପ୍ରତି କିଲୋକୁ ପାଞ୍ଚରୁ ଛଅ ହଜାର ରହିଥାଏ। କିନ୍ତୁ ଆପଣ ଏହି କାଠ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି ଏକ କାଠ ରହିଛି, ଯାହାର କିଲୋପ୍ରତି ମୂଲ୍ୟ ୭ ଲକ୍ଷ ଦାମ।

wood 1

ଏହି କାଠର ଦାମ ଆଫ୍ରିକୀ ବ୍ଲାକଉଡ। ଏହା ପୃଥିବୀରେ ଥିବା ସବୁଠାରୁ ମୂଲ୍ୟବାନ ପଦାର୍ଥ ମଧ୍ୟ ଅନ୍ୟତମ। ଯାହାର ମାତ୍ର କିଲୋର ଦାମ ୭ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ। ଏହି ପଇସାରେ ଆପଣ ଏକ ଭଲ କାର ମଧ୍ୟ କିଣିପାରିବେ। ଏହି ଗଛ ପୃଥିବୀରେ ବହୁତ କମ୍‌ ରହିଛି, ତେଣୁ ଏହା ଦୁର୍ଲଭ। ଏହି ଗଛର ଉଚ୍ଚତା ପାଖାପାଖି ୨୫ରୁ ୪୦ ଫୁଟ ରହିଥାଏ। ଆଫ୍ରିକୀ ବ୍ଲାକଉଡ ମଧ୍ୟ ଏବଂ ଦକ୍ଷିଣ ଆଫ୍ରିକା ଭଳି ୨୬ଟି ଦେଶରେ ମିଳିଥାଏ। ଏହା ଶୁଖିଲା ସ୍ଥାନରେ ବେଶି ଦେଖିବାକୁ ମିଳିଥାଏ।

katha

ଏହି ଗଛ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପାଇଁ ୬୦ ବର୍ଷ ଲାଗିଥାଏ। କିନ୍ତୁ କେନିଆ ଏବଂ ତାଞ୍ଜାନିୟା ଭଳି ଦେଶରେ କାଠକୁ ଅବୈଧ ଚୋରା ଚାଲାଣ ଯୋଗୁଁ ଏହାକୁ ସମୟ ପୂର୍ବରୁ କାଟିଦିଆଯାଉଛି। ଏଥିପାଇଁ ଏହି ଗଛ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।

wood

ଏହି କାଠରେ ଅଧିକାଂଶ ଶେହନାଇ, ବଂଶୀ, ଗିଟାର ଭଳି ସଂଗୀତ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଏ। ଏହାଛଡା ଏହି କାଠରେ ମଜୁବତ ଫର୍ନିଚର ତିଆରି କରାଯାଏ, କିନ୍ତୁ ଏହା ବହୁତ ମହଙ୍ଗା ହୋଇଥାଏ। ଏହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.