Below header

କାମାକ୍ଷାନଗରରେ ଖସିଲା ଟ୍ରେନିଂ ବିମାନ, ୨ ପାଇଲଟ ମୃତ

କାମାକ୍ଷାନଗର: କାମାକ୍ଷାନଗରରେ ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗସ୍ତ । ଟ୍ରେନିଂ ସମୟରେ ହଠାତ୍ ଖସି ପଡିଲା ବିମାନ। ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ମହିଳା ଟ୍ରେନିଙ୍କ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ANISHAତେବେ ହସ୍ପିଟାଲରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତକ ଦୁଇ ପାଇଲଟ ହେଉଛନ୍ତି ତାମିଲନାଡୁର ଅନିଶା ଫାତିମା ଓ ବିହାରର ସଞ୍ଜୟ ଝା। କଙ୍କଡାହାଡ ବିରାଶାଳ ଏୟାରଷ୍ଟ୍ରିପରେ ବିମାନଟି ଉଡାଣ ଭରିବାବେଳେ ହଠାତ୍ ଖସି ପଡିଥିଲା। ବୈଷୟିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.