ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ : ସକାଳ ୭ଟା ରୁ ଆରମ୍ଭ ହୋଇ ୯ଟା ୩୦ ଭିତରେ ସରିବ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ହେବ ନାମ ଲେଖା । ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ।

ଏହା ସହିତ ସ୍କୁଲକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ଯତାମୂଳକ । ଅନ୍ଯପଟେ ଜୁଲାଇ ୧୫ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.