ଅଣସର ଘରେ ମହାପ୍ରଭୁ: ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବଜାଇବା ନିଷିଦ୍ଧ କରାଯିବା ସହ ପଟିଦିଅଁଙ୍କୁ କରାଯାଉଛି ପୂଜାର୍ଚ୍ଚନା

ପୁରୀ: ଅତ୍ୟାଧିକ ସ୍ନାନ ହେତୁ ଅଣସର ଘରେ ରହି ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗ ରକ୍ଷକ ଓ ଦଇତାପତିମାନେ ଏବେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି । ଗତକାଲି ମହାପ୍ରଭୁଙ୍କ ଓଦାଲୁଗା ଫିଟାଯିବା ପରେ ଆଜି ମହାପ୍ରଭୁଙ୍କ ଅନ୍ୟ ଗୁପ୍ତନୀତି କରାଯିବ । ଏବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକଟା ଭୋଗ, ପଣା, ଫଳମୂଳ ଓ ଧଳାଫୁଲ ଇତ୍ୟାଦି ଲାଗି କରାଯାଇଛି ।

ଘଣ୍ଟଘଣ୍ଟା ବଜାଇବା ନିଷିଦ୍ଧ କରାଯିବା ସହ ପଟିଦିଅଁଙ୍କୂ ପୂଜାର୍ଚ୍ଚନା କରାଯାଉଛି । ମହାପ୍ରଭୁଙ୍କ ସ୍ଥାନରେ ଏବେ ଅନନ୍ତ ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣୀଙ୍କ ପଟ୍ଟଚିତ୍ର ପଜା ପାଉଛନ୍ତି । ଆଜି ସକାଳୁ ସେବାୟତମାନେ ସିଂହଦ୍ୱାର ଫିଟାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.