Below header

ପୂର୍ବରୁ ଦେଖି ନଥିବେ ଏଭଳି ଅଦ୍ଭୁତ ଛେଳି ଛୁଆ, ଆଖି ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ମଧ୍ୟପ୍ରଦେଶର ଧର ରୋଡରେ ଥିବା ଚନ୍ଦନ ନଗରରେ ରହୁଥିବା ଅନୱର ଖାନ କିଛି ଛେଳି ରଖି ତାଙ୍କର ଲାଳନ ପାଳନ କରନ୍ତି । ତେବେ ନିକଟରେ ସେ ଯେଉଁ ଛେଳି ରଖିଥିଲେ ସେହି ଛେଳିଙ୍କ ମଧ୍ୟରୁ ଗୋଟିଏ ଛେଳି ଛୁଆ ଜନ୍ମ ହୋଇଥିଲା । ନବ ଜନ୍ମିତ ଛେଳି ଟି କୌଣସି ସାଧାରଣ ଛେଳି ଭଳି ନଥିଲା ।

ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ଅଦ୍ଭୁତ ଛେଳି ଜନ୍ମ ହୋଇଛି । ଯାହାକୁ ଦେଖିବା ପରେ ଲୋକେ ଛେଳିର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ନବ ଜନ୍ମିତ ଛେଳି ଶିଶୁକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଛେଳିର ଆଖି ଦୁଇଟି ଯୋଡ଼ି ହୋଇଯାଇଛି । ଏହି ଅଦ୍ଭୁତ ଛେଳିଟିକୁ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ ।

ସୂଚନା ଅନୁସାରେ ମଧ୍ୟପ୍ରଦେଶର ଧର ରୋଡରେ ଥିବା ଚନ୍ଦନ ନଗରରେ ରହୁଥିବା ଅନୱର ଖାନ କିଛି ଛେଳି ରଖି ତାଙ୍କର ଲାଳନ ପାଳନ କରନ୍ତି । ତେବେ ନିକଟରେ ସେ ଯେଉଁ ଛେଳି ରଖିଥିଲେ ସେହି ଛେଳିଙ୍କ ମଧ୍ୟରୁ ଗୋଟିଏ ଛେଳି ଛୁଆ ଜନ୍ମ ହୋଇଥିଲା । ନବ ଜନ୍ମିତ ଛେଳି ଟି କୌଣସି ସାଧାରଣ ଛେଳି ଭଳି ନଥିଲା । ଏହି ଛେଳିର ଆଖି ଅନ୍ୟ ଛେଳିମାନଙ୍କ ପରି ଦେଖାଯାଉ ନଥିଲା । ଛେଳିର ଆଖି ଛେଳି ମୁହଁର ନାକରେ ରହିଥିବା ଦେଖିବାକୁ ମିଳିଛି । ଏପରି ଅଦ୍ଭୁତ ଛେଳି ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କାରଣ ଛେଳିର ଆଖି ଯୋଡ଼ି ହୋଇ ରହିଥିଲା । କୌଣସି ଏଲିଅନ ଠାରୁ କମ୍‌ ଦେଖା ଯାଉନଥିଲା ଏହି ଛେଳି । ଏହି ଅଦ୍ଭୁତ ଛେଳିଟି ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅନ୍ୟପଟେ ଅନଓ୍ଵର ଖାନ ଛେଳିଟି ଜନ୍ମ ହେବା ପରେ ପଶୁ ଚିକିତ୍ସକଙ୍କୁ ଦେଖାଇଥିଲେ । ପଶୁ ଚିକିତ୍ସକ ଛେଳିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଛେଳିଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ପ୍ରକାଶ କରିଛନ୍ତି ।

ଅନଓ୍ଵର ଖାନ ଛେଳି ପାଳିବା ସହିତ ଶ୍ରମିକ ଭାବେ ବାହାରକୁ କାମ କରିବା ପାଇଁ ଯାଆନ୍ତି । ସେ ପାଳୁଥିବା ଛେଳି ମଧ୍ୟରୁ ଏହି ଛେଳିଟି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଛେଳିଟି ଜନ୍ମ ହେବା ପରେ ପରିବାର ଲୋକ ମଧ୍ୟ ଛେଳିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ଜଣା ପଡ଼ିଥିଲା ଯେ ଛେଳିଟି ସମ୍ପୂର୍ଣ୍ଣ ସୁସ୍ଥ ଭାବେ ଜନ୍ମ ହୋଇଛି ତେଣୁ ସେମାନେ ଛେଳିକୁ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଛେଳି ର ନାଁ ରାଣୀ ରଖାଯାଇଛି ।

ସୂଚନା ଥାଉ କି ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଏପରି ଅନେକ ଅଦ୍ଭୁତ ଛେଳି ଜନ୍ମ ହୋଇଛନ୍ତି । ପଶୁ ଚିକିତ୍ସକଙ୍କ କହିବା ଅନୁସାରେ ଅନେକ ସମୟରେ ପଶୁମାନଙ୍କ ଠାରେ ଏପରି ଶିଶୁ ଜନ୍ମ ହୋଇ ଯାଆନ୍ତି । ଏହାର କାରଣ ହେଉଛି ପ୍ରଜନନ ପ୍ରକ୍ରିୟାରେ ପରିବର୍ତ୍ତନ ହେଉଥିବାରୁ ପଶୁମାନଙ୍କର କିଛି ଅଙ୍ଗ ଅଲଗା ହେବାକୁ ଲାଗିଥାଏ । ଏପରି ସ୍ଥିତିରେ ପଶୁମାନେ ଅଳ୍ପ ସମୟ ପାଇଁ ବଞ୍ଚି ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.