ଲର୍ଡ଼ସରେ ଜୁନିୟର ତେନ୍ଦୁଲକର : ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ମିଶି କାମ କଲେ

ଲଣ୍ଡନ : ଲର୍ଡ଼ସରେ ଜୁନିୟର ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଏବେ ଲର୍ଡ଼ସରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଦେଖିବାକୁ ଆସିଛନ୍ତି । ସେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ସହିତ ଇଂଳଣ୍ଡକୁ ସିରିଜ୍‌ ଖେଳିବାକୁ ଆସିଥିଲେ । ଜଣେ ବାମହାତୀ ମିଡିମୟ ପେସ୍‌ ବୋଲର୍‌ ଅର୍ଜୁନ ସିରିଜ୍‌ରେ ସେଭଳି ଉଲ୍ଲେଖନୀୟ ସଫଳତା ହାସଲ କରି ନାହାନ୍ତି । ସେ ଦୁଇଟି ମ୍ୟାଚ୍‌ରେ ୩ଟି ଓ୍ଵିକେଟ୍‌ ନେବା ସହ ୧୪ ରନ୍‌ ସ୍କୋର କରିଥିଲେ । ତଥାପି କ୍ରିକେଟ୍‌ ପ୍ରତି ତାଙ୍କର ଅନୁରାଗ ଲର୍ଡ଼ସରେ ଜଣାପଡ଼ି ଯାଇଛି । ସେ ଭାରତ ଫେରି ନଯାଇ ଏଠାରେ ଏମ୍‌ସିସି ଜୁନିୟର ଖେଳାଳିଙ୍କ ସହ ଅଭ୍ୟାସ କରୁଛନ୍ତି । ଏମିତିକି ବର୍ଷା ସମୟରେ ପଡ଼ିଆରେ ଗ୍ରାଉଣ୍ଡ ଷ୍ଟାଫ୍‌ କାମ କରୁଥିବା ବେଳେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି । ଲର୍ଡ଼ସ କର୍ତ୍ତୃପକ୍ଷ ଏ ନେଇ ଟ୍ଵିଟ କରି ଅର୍ଜୁନଙ୍କୁ ପ୍ରଶଂସା କରିଛନ୍ତି । ମ୍ୟାଚ୍‌ ପୂର୍ବରୁ ମଧ୍ୟ ଅର୍ଜୁନ ନେଟ୍ସରେ ଭାରତୀୟ ଖେଳାଳିଙ୍କୁ ବୋଲିଂ କରୁଥିବାର ଦେଖା ଯାଇଥିଲା । ନିକଟରେ ଅର୍ଜୁନ ଇଂଲଣ୍ଡର ମହିଳା କ୍ରିକେଟ୍‌ ଖେଳାଳି ଡାନିଏଲ୍‌ େଓ୍ଵଟ୍‌ଙ୍କ ସହ ଲଞ୍ଚ କରିଥିଲେ । ଏହି ଫଟୋ ଇନଷ୍ଟାଗ୍ରାମରେ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା । ଚାରି ବର୍ଷ ତଳେ ଡାନିଏଲ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.