Below header

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ବଳରେ ଏସୀୟ ଟିକେଟ

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ସହଯୋଗରେ ଭାରତୀୟ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ‌କାତାରର ‌ଦୋହାରେ ଆୟୋଜିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିନେଇଛି। ରାଜସ୍ଥାନର ହୀନା‌, ତାମିଲନାଡୁର ଅର୍ଚନା ଶଶିନ୍ଦ୍ରନ୍, କେରଳର କେ ରଙ୍ଗା ଓ ଦୂତିଙ୍କୁ ନେଇ ଗଠିତ ଭାରତୀୟ ଦଳ ୪୪.୧୨ ସେକେଣ୍ଡ ସମୟ ନେଇଥିଲେ। ଯାହା ଏସୀୟ ଯୋଗ୍ୟତା ସମୟ ୪୪.୫୦ ସେକେଣ୍ଡଠାରୁ ଢେର ଭଲ ଥିଲା। ହୀନା, ଶଶି ଓ ରଙ୍ଗା ପ୍ରଥମେ ଦୌଡ଼ିବା ପରେ ଦୂତି ଚତୁର୍ଥ ସ୍ଥାନରେ ଦୌଡ଼ି ଭାରତୀୟ ଦଳକୁ ଏସୀୟ ଟିକେଟ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.