ପ୍ରଚାର ବେଳେ ଉଦାହରଣ ସୃଷ୍ଟି କଲେ ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ,କାନ୍ଧରେ ଶବ ବୋହି ଗଲେ ଶ୍ମଶାନ

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦେଖାଇଲେ ମାନବିକତା । ସୃଷ୍ଟି କଲେ ଉଦାହରଣ । ଖବର ଅନୁୟାୟୀ ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ ହୋଇଯାଇଥିଲା। ଯାହାଫଳରେ ଗାଁରେ ଏକ ପ୍ରକାରର ଶୋକାକୂଳ ପରିସ୍ଥିତି ଉପୁଜିଥିଲା । ଏହି ଖବର ପାଇବା ମାତ୍ରେ ସମ୍ବିତ ତୁରନ୍ତ ନିଜର ପ୍ରଚାର ବନ୍ଦ କରି ଘଟଣାସ୍ଥଳକୁ ଛୁଟିଥିଲେ। ମୋହନଙ୍କ କୋକେଇକୁ କାନ୍ଧେଇ ସେ ନିଜେ ଶ୍ମଶାନ ନିକଟକୁ ଯାଇଥିଲେ। ଯେଉଁ କାର୍ଯ୍ଯ ପାଇଁ ଗ୍ରାମବାସୀ ତାଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।