Below header

ଆଜି ବରଗଡ଼ ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ବରଗଡ଼(କେନ୍ୟୁଜ୍): ଆଜି ବରଗଡ଼ ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ସକାଳ ୧୧ଟା ୧୦ରେ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ୍‌ ବ୍ଲକ ବାଣିପାଲ୍ଲୀରେ ସାଧାରଣ ସଭାରେ ଯୋଗଦେବେ ନବୀନ । ପରେ ପଦ୍ମପୁର ଓ ପାଟଣାଗଡ଼ରେ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଅପରାହ୍ନ ୨ଟା ୩୫ରେ ବଲାଙ୍ଗିର ବେଲପଡ଼ାରେ ବିଶାଳ ରୋଡ ସୋରେ ଯୋଗଦେବେ । କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ବେଲଗାଁ ଦେଇ ଲୋଇସିଂହ ଯାଏ ରୋଡ ଶୋରେ ପ୍ରଚାର କରିବେ । ବରଗଡ଼ରେ ନବୀନ ରାତ୍ରିଯାପନ କରିବେ । ସେହିପରି ଆସନ୍ତାକାଲି ବରଗଡ଼, ବରପାଲିରେ ନିର୍ବାଚନ ସଭାରେ ଯୋଗଦେବେ ନବୀନ । ଏଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସାଙ୍ଗକୁ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଆସନ୍ତାକାଲି ବିଜେପୁର, ଗାଇସିଲଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଭୋଟ ଭିକ୍ଷା କରିବେ । ସେହିପରି କାଲି ରାଉରକେଲାରେ ନବୀନ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ କର୍ମୀ ଏବେ ବେଶ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.