Below header

ହାତରେ ବନ୍ଧୁକ ଧରି କରୁଥିଲେ TikTokରେ ଭିଡିଓ , ଗୋଟେ ଭୁଲ୍ ପାଇଁ ଚାଲିଗଲା ଜଣଙ୍କ ଜୀବନ

ବାରାଖମ୍ଭା ଥାନା ଅଞ୍ଚଳରେ TikTok ମୋବାଇଲ୍ ଆପରେ ବନ୍ଧୁକ ହାତରେ ଧରି ଭିଡିଓ କରିବା ସମୟରେ ଗୁଳି ଫୁଟିବା ଦ୍ବାରା କାର ଚଳାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ପୋଲିସ୍ ଏହି ମାମଲାରେ ମୃତ ଯୁବକଙ୍କର ଦୁଇ ଜଣ ସାଙ୍ଗଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏହି ଘଟଣା ଶନିବାର ରାତିରେ ଘଟିଥିବାବେଳେ ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ଜବତ କରାଯାଇଛି। ପୋଲିସ୍ ଘଟଣାର ସତ୍ୟାସତ୍ୟ ଜାଣିବା ଦିଗରେ ଅଧିକ ତଦନ୍ତ ଆରମ୍ଭ କରିଛି ।

shotନୂଆଦିଲ୍ଲୀର ପୋଲିସ୍ ଅଧିକାରୀଙ୍କ କହିବା ମୁତାବକ,ଏଲଏନଜେପି ହସ୍ପିଟାଲରୁ ସୂଚନା ମିଳିଥିଲା କି ନ୍ୟୁ ଜାଫରାବାଦ ନିବାସୀ ୧୯ବର୍ଷିୟ ସଲମାନଙ୍କୁ ହାଜି ଇମରାନ୍ ନାମକ ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁଳି ବାଜିଥିବା ସଲମାନଙ୍କର ପାଖାପାଖି ରାତି ୧୧ଟା ୧୫ ମିନିଟ୍ ରେ ମୃତ୍ୟୁ ହୋଇଯାଇଥିଲା ।

ପୋଲିସକୁ ତଦନ୍ତ ବେଳେ ଜଣାପଡିଥିଲା କି ସଲମାନ ନ୍ୟୁ ଜାଫରାବାଦ ନିବାସୀ ସୋହେଲ ଏବଂ ନ୍ୟୁ ସିଲମପୁର ନିବାସୀ ଆମିରଙ୍କ ସହିତ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିଲେ । ଫେରିବା ବେଳେ ସଲମାନ କାର ଚଲାଉଥିଲେ, ସୋହେଲ ତାଙ୍କ ପାଖ ସିଟରେ ଏବଂ ଆମିର୍ ପଛ ସିଟ୍ ରେ ବସିଥିଲେ । ରଣଜିତ୍ ସିଂ ଫ୍ଳାଏଓଭର ନିକଟରେ ସୋହେଲ ପାଖରେ ଥିବା ଏକ ବନ୍ଧୁକକୁ ବାହାର କରି ମୋବାଇଲରେ ଟିକଟକ୍ ଭିଡିଓ କରିବାକୁ ଲାଗିଥିଲେ । ଏହି ସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା ଏବଂ ସଲମାନଙ୍କ ବାମ ପଟ ଗାଲରେ ଯାଇ ବାଜିଥିଲା ।

tiktokସୋହେଲଙ୍କ ଉପରେ ହତ୍ୟା ଏବଂ ଅନ୍ୟ ଦୁଇ ଜଣଙ୍କ ଉପରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ :

ଅଭିଯୋଗ ହୋଇଛି କି ସଲମନଙ୍କ ସାଙ୍ଗମାନେ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଦରିୟାଗଂଜ ନେଇଯାଇଥିଲେ । ସେଠାରେ ସୋହେଲ ସଲମାନଙ୍କ ସମ୍ପର୍କିୟ ହାଜି ଇମରାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସଲମାନଙ୍କୁ ସେଠାରେ ଛାଡି ସୋହେଲ ଏବଂ ଆମିର ତାଙ୍କର ଆଉ ଏକ ସାଙ୍ଗ ସରିଫ୍ ପାଖରେ ପହଁଚିଥିଲେ । ସରିଫ ସୋହେଲଙ୍କ ସାର୍ଟରେ ଲାଗିଥିବା ରକ୍ତ ଦାଗକୁ ଧୋଇଥିଲେ ଏବଂ ଆମିର ବନ୍ଧୁକ ଟିକୁ ଲୁଚାଇ ଦେଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.