ଫିଲ୍ମ କାହାଣୀ ଭଳି ଲୁଟିଲେ ୪୮ଲକ୍ଷ, ସିସିଟିଭି ଜରିଆରେ ଘଟଣା ଉପରୁ ଉଠିଲା ପରଦା

ଆୟୁର୍ବେଦିକ ଔଷଧ ଦୋକାନ କରିଥିବା ଦୋକାନୀ ଇନକମ ଟ୍ୟାକ୍ସ ଅଧିକାରୀ ହୋଇ ୪୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତ ଜଣକ ଦୋକାନରେ କାମ କରୁଥିବା କିଛି ଲୋକ ଏବଂ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଏହି କାମ କରିଛନ୍ତି। ଏଥିରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଘଟଣାର ୨୪ ଘଣ୍ଟା ପରେ ଉକ୍ତ ଦୋକାନୀଙ୍କୁ ଏବଂ ତାଙ୍କ ଏକ ସାଙ୍ଗଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲ୍ମୀକି ମୋହଲ୍ଲା ଗ୍ରାମର ନିତିନ ସୁଦ୍(୩୨) ଏବଂ ସାଦୀପୁର ନିବାସୀ ପ୍ରବୀଣ କୁମାର(୩୦)। ତାଙ୍କ ପାଖରେ ୨୨.୪୫ ଲକ୍ଷ ଟଙ୍କା ରହିଥିଲା ଏବଂ ସେମାନେ ସେଣ୍ଟ୍ରୋ କାରର ବ୍ୟବହାର କରୁଥିଲେ।

loot-goldଜିଲ୍ଲା ପୋଲିସ ମୋନିକା ଭରଦ୍ବାଜଙ୍କ ମତ ଅନୁଯାୟୀ, ନିତିନ ସୁଦ୍ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ ସ୍ନାତକ ହାସଲ କରିବା ପରେ ସେକ୍ଟର-୫ ରୋହିଣୀରେ ଆୟୁର୍ବେଦିକ ଔଷଧ ଦୋକାନ କରିଥିଲେ। ୧୧ ଏପ୍ରିଲରେ ନିତିନ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ନିଜକୁ ଇନକମ ଟ୍ୟାକ୍ସ ଅଧିକାରୀ କହି ଇନ୍ଦ୍ରବୀରଙ୍କ ଘରେ ପଶି ୪୬ ଲକ୍ଷ ଟଙ୍କା ଠକେଇ କରିଥିଲେ। ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବାକୁ ଯାଇ ଉକ୍ତ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭିର ଡିବିଆର ମଧ୍ୟ ନେଇଯାଇଥିଲେ।

ପୋଲିସ ଅଧିକାରୀ ସମସ୍ତ ଘଟଣା ଶୁଣିବା ପରେ ଉକ୍ତ ମାମାଲାର ଯାଞ୍ଚ ଆରମ୍ଭ କରିଛନ୍ତି। ଥାନା ପ୍ରଭାରୀ ସୁନୀଲ କୁମାରଙ୍କ ନେତୃତ୍ୱରେ ପୋଲିସ ଇନ୍ଦ୍ରବୀରଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରିଛନ୍ତି। ଘରେ ଲାଗିଥିବା ସିସିଟିଭି ପୁଟେଜରୁ ନିତିନଙ୍କ କାର ଧରାପଡ଼ିଛି। ଏହାକୁ ଯାଞ୍ଚ କରିବା ପରେ ପୋଲିସ ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ନିତିନ ଏବଂ ପ୍ରବୀଣଙ୍କୁ ଗିରଫ କରିଥିବା ବେଳେ ସହଯୋଗୀ ସୀମା, ଦୀପକ ଏବଂ ନେହାଙ୍କର ତଲାସ କରାଯାଉଛି।

lootକାରବାର ପଛରେ ଥିଲା ଷଡଯନ୍ତ୍ର

ମୁଖ୍ୟ ଅଭିଯୁକ୍ତ ନିତିନ ନିଶା ଦ୍ରବ୍ୟରେ ଅଭ୍ୟସ୍ତ ଥିଲେ। ତାଙ୍କ ବିପକ୍ଷରେ ୨୦୧୫ରେ ପଶ୍ଚିମ ବିହାର ଥାନା ଅଞ୍ଚଳର ଏକ ଜୁଏଲାରୀରୁ ୯୦ ଲକ୍ଷର ଲୁଟ୍ ଏବଂ ସାହାବାଦ ଡେୟରୀ ଅଞ୍ଚଳରେ ନକଲି କାଗଜ ପତ୍ର ଜରିଆରେ ଏକ ଜମି ବିକିବାର ମାମଲା ରୁଜୁ କରାଯାଇଛି। ପ୍ରବୀଣ ନିତିନଙ୍କ ଦୋକାନରେ କାମ କରନ୍ତି। ଅନେକ ପଚରାଉଚରା ପରେ ନିତିନ ନିଜର ଦୋଷ ସ୍ୱୀକାର କରିଥିଲେ । ସୂଚନା ଅନୁଯାୟୀ, ନିତିନ ତାଙ୍କର ସହଯୋଗୀ ପ୍ରବୀଣ, ଦୀପକ ଏବଂ ସୀମାଙ୍କ ମିଶି ଷଡଯନ୍ତ୍ର ରଚନା କରିଥିଲେ। ରିପୋର୍ଟ ଅନୁଯାୟୀ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ କଥା ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.