ଏବେ ଆପଣଙ୍କ ଗ୍ୟାସ୍ ଏଜେନ୍ସି ଆପଣଙ୍କୁ ଦେବେ ଟଙ୍କା , ନିଶ୍ଚୟ ଜାଣନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ନିୟମ ସମ୍ପର୍କରେ

ଭାରତରେ ଗ୍ୟାସ୍ ସିଲିଣ୍ଡରର ବ୍ୟବାହାର ତ ସଭିଏଁ କରିଥାନ୍ତି,କିନ୍ତୁ ଗ୍ୟାସ୍ ସିଲିଣ୍ଡରର କିଛି ନିୟମ ଏମିତି ଅଛି ଯାହା ବିଷୟ ବହୁତ କମ୍ ଲୋକ ଜାଣିଥିବେ । ଏହି ନିୟମରେ ଏମିତି ଏକ ନିୟମ ଅଛି ଯାହା ଦ୍ବାରା ଆପଣ ନିଜର ଏଜେନ୍ସିଠାରୁ ପଇସା ମଧ୍ଯ  ନେଇପାରିବେ ।

LPGଆସନ୍ତୁ ଜାଣିବା ଏହି ନିୟମ ସମ୍ବନ୍ଧରେ :

-ଆପଣଙ୍କ ଗ୍ୟାସ୍ ଏଜେନ୍ସି ଆପଣଙ୍କ ଘର ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ପହଁଚାଉଥିବେ । କିନ୍ତୁ ଯଦି ଆପଣ ନିଜେ ଗୋଦାମରୁ ଯାଇ ଗ୍ୟାସ୍ ଆଣୁଛନ୍ତି ତେବେ ଆପଣଙ୍କ ଗ୍ୟାସ୍ ଏଜେନ୍ସି ଆପଣଙ୍କ ଯିବାଆସିବାର ଖର୍ଚ୍ଚ ବହନ କରିବେ । ଖାସ୍ କଥା ଏହା ହେଉଛି କି ଆପଣଙ୍କ ଏଜେନ୍ସି ଆପଣଙ୍କୁ ଏହି ସୁବିଧା ଦେବାକୁ ମନାକରିପାରିବେ ନାହିଁ ।

-ଏଭଳି ସ୍ଥିତିରେ ଆପଣ ଗ୍ୟାସ୍ ଏଜେନ୍ସିଠାରୁ ୧୯ଟଙ୍କା ୫୦ପଇସା ମାଗି ପାରନ୍ତି । ଯଦି କୌଣସି ଗ୍ୟାସ୍ ଏଜେନ୍ସି ଆପଣଙ୍କୁ ଏହି ମୂଲ୍ୟ ଦେବାକୁ ମନାବି କରିଦିଅନ୍ତି,ତେବେ ମଧ୍ୟ ଆପଣ ଡରିବାର ଆବଶ୍ୟକତା ନାହିଁ । ୧୮୦୦୨୩୩୩୫୫୫ ନମ୍ବରରେ ଆପଣ ଏଜେନ୍ସି ବିରୋଧରେ ଅଭିଯୋଗ କରିପାରିବେ । କହିରଖୁଛୁ ଯେ ଏହି ନମ୍ବର ଟୋଲ୍ ଫ୍ରି ଅଟେ ।

lpg-ଗ୍ୟାସ୍ ସହିତ ଜଡିତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିୟମ ରହିଛି ଏହାଦ୍ବାରା ଆପଣଙ୍କୁ ଫାଇଦା ମିଳିପାରିବ । ଆପଣଙ୍କ ଭିତରୁ କିଛି ଲୋକେ ଏହା ଜାଣିପାରୁଥିବେ କି ସିଲିଣ୍ଡରରେ ଆଉ କେତେ ଗ୍ୟାସ୍ ରହିଛି । ଏହା ଆପଣ ଗ୍ୟାସର ରେଗୁଲେଟରରୁ ମଧ୍ୟ ଜାଣିପାରିବେ । ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏବେ ମଲ୍ଟିଫିକେସନ୍ ରେଗୁଲେଟର ମଧ୍ୟ ଉପଲବ୍ଧ ହେଉଛି । ଯାହା ସାହାର୍ଯ୍ୟରେ ଆପଣ ଏହା ଜାଣିପାରିବେ କି ଆପଣଙ୍କ ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ୍ ବଳିଛି ।

-କେବଳ ଏତିକି ନୁହେଁ ଆପଣଙ୍କ ରେଗୁଲେଟର ଚୋରି ହୋଇଗଲେ ଆପଣଙ୍କୁ ଏକ ଭଲ ସୁବିଧା ମିଳୁଛି,ଯାହା ଦ୍ବାରା ଆପଣଙ୍କ ରେଗୁଲେଟର ଚୋରି ହେବାକୁ ନେଇ ଏଜେନ୍ସିକୁ ଆଉ ଏକ ନୂଆ ରେଗୁଲେଟର ମାଗିପାରିବେ । ଏହାଦ୍ବାରା ଆପଣଙ୍କୁ ପୋଲିସରେ ଏଫଆଇଆର ରୁଜୁ କରିବାକୁ ପଡିବ ଏବଂ ଏହି ଏଫଆଇଆରର କପି ଜମା କରିବା ପରେ ଏଜେନ୍ସି ଆପଣଙ୍କୁ ନୂଆ ରେଗୁଲେଟର ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.