Below header

‘ନାଚ ମେରୀ ରାନୀ’ ଗୀତରେ ନୋରାଙ୍କୁ ଟକ୍କର ଦେଲା ଭଳି ଡ୍ୟାନ୍ସ କଲେ ବ୍ରାଭୋ, ଭିଡିଓ ଭାଇରଲ

ଗୁରୁ ରନ୍ଧଓ୍ଵା ଏବଂ ନୋରା ଫତେହୀଙ୍କ ଗୀତ ‘ନାଚ୍‌ ମେରୀ ରାନୀ’ର କ୍ରେଜ ୱେଷ୍ଟଇଣ୍ଡିଜ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ଏହି ଗୀତରେ ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ବ୍ରାଭୋ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ବ୍ରାଭୋଙ୍କ ସହିତ ଆଉ ଜଣେ ଝିଅ ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୁହିଁଙ୍କ ଡ୍ୟାନ୍ସ ଦେଖି ନୋରା ମଧ୍ୟ ଫ୍ୟାନ୍ସ ହୋଇଯିବେ।

ଭିଡିଓରେ ବ୍ରାଭୋଙ୍କ ଜୋସ୍‌ ଆପଣ ନିଶ୍ଚିତ ଦେଖିପାରିବେ। ବ୍ରାଭୋ ଏହି ଗୀତର ହୁକ୍‌ ଷ୍ଟେପ୍‌କୁ ଜବରଦସ୍ତ ଭାବେ ନକଲ କରୁଥିବା ଦେଖିବାକୁ ମିଳିଛନ୍ତି। ଡ୍ୟାନ୍ସ ଷ୍ଟେପ୍‌ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ବ୍ରାଭୋଙ୍କ ଡ୍ୟାନ୍ସ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ପସନ୍ଦ କରୁଛନ୍ତି। ଭାରତୀୟମାନେ ବ୍ରାଭୋଙ୍କ ଡ୍ୟାନ୍ସ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି।

ବ୍ରାଭୋ କେବଳ କ୍ରିକେଟ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ ରହିଥାନ୍ତି। ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ମନୋରଂଜନ କରିଥାନ୍ତି। ଏପରି ସ୍ଥଳେ ଏହି ଭିଡିଓକୁ ବ୍ରାଭୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତାଙ୍କ ଡ୍ୟାନ୍ସ ମୁଭ୍ସ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ମିଳୁଛି। ସୂଚନାଯୋଗ୍ୟ, ୨୦୨୨ ଆଇପିଏଲରେ ବ୍ରାଭୋ ଚେନ୍ନାଇ ତରଫରୁ ଖେଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.