Below header

ଓଡ଼ିଶା ଏଫସି ସହ ଯୋଡ଼ି ହେଲେ ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା

ଭୁବନେଶ୍ବର: ଓଡ଼ିଶା ଏଫସି ସହ ଯୋଡ଼ି ହେଲେ ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା। ସ୍ପେନ୍‌ ପାଇଁ ୯୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ତାରକା ଷ୍ଟ୍ରାଇକର୍‌ ଏକଦା ଫିଫା ବିଶ୍ବକପ୍ ଅଲ୍‌ଷ୍ଟାର୍‌ ଦଳରେ ସ୍ଥାନ ପାଇଥିଲେ। ଓଏଫ୍‌ସିର ଫୁଟ୍‌ବଲ୍‌ ସମିତିରେ ଯୋଗଦେବା ପରେ ସେ ଏହାର ଗ୍ଲୋବାଲ୍‌ ଫୁଟ୍‌ବଲ୍‌ ଅପରେସନ୍ସ ମୁଖ୍ୟ ଭାବେ କାମ କରିବେ।

ଓଏଫ୍‌ସି ସହ ଯୋଗଦେବା ପରେ ଭିଲା କହିଛନ୍ତି ସେ ତାଙ୍କ ଅଭିଜ୍ଞତାକୁ ଉପ‌‌ଯୋଗ କରିବେ। ଭାରତରେ ସେ ଫୁଟ୍‌ବଲ୍‌ ଖେଳିନାହାନ୍ତି, କିନ୍ତୁ ୨୦ ବ‌ର୍ଷ ଧରି ପେସାଦାର ଫୁଟ୍‌ବଲ୍‌ ଖେଳିବା ପୂର୍ବରୁ ଏକାଡେମିରେ ବି ସେ ସମୟ କାଟିଥିଲେ। ସେ ତାଙ୍କ ଅଭିଜ୍ଞତାକୁ ଫୁଟ୍‌ବଲ୍‌ରେ ବିନିଯୋଗ କରିବେ। ଭିଲାଙ୍କୁ ଯୋଡ଼ିବା ପରେ ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା କହିଛନ୍ତି ଏହା ନିଶ୍ଚିତ ଆନନ୍ଦର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.