କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP, ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ପ୍ରୋଟୋକଲ ଜାରି

ଭୁବନେଣ୍ବର: କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP। ଇଞ୍ଜେକସନ ସହ ଅନ୍ୟାନ୍ୟ କରୋନା ଔଷଧ ପାଇଁ SOP ଜାରି କରାଯାଇଛି। କରୋନା ପାଇଁ ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କୁ ମଧ୍ୟ ଔଷଧ ଦିଆଯାଇପାରିବ ।

ଇଞ୍ଜେକସନ ଦେବା ପୂର୍ବରୁ ରୋଗୀଙ୍କୁ ତଦାରଖ କରାଯିବା ଆବଶ୍ୟକ। କରୋନା ଔଷଧ ନେଇ DCGI ପକ୍ଷରୁ ଅନୁମତି ମିଳିଛି । ନୂଆ ଡ୍ରଗ୍ସ ପର୍ଯ୍ୟାପ୍ତ ପରିମାଣରେ ମିଳୁନି। ନୂଆ ଡ୍ରଗ୍ସର ବ୍ୟବହାର ନେଇ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ସମସ୍ତ ଜିଲ୍ଲାପାଳ, CDM,PHOs,AIIMS ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। AHPGIC, IGH ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.