Below header

ଭାରତୀୟ ଅଣ୍ଡର ୧୯ ଦଳ ଏସିଆ କପ ଚାମ୍ପିଅନ

ଭାରତୀୟ ଅଣ୍ଡର ୧୯ ଦଳ ଏସିଆ କପ ଚାମ୍ପିଅନ ହୋଇଛି । ଶୁକ୍ରବାର ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ରେକର୍ଡ ଅଷ୍ଟମ ଥର ପାଇଁ ଅଣ୍ଡର ୧୯ ଏସିଆ କପ ଜିତିଛନ୍ତି ଟିମ । ଦଳ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରେ ଜୋରଦାର ଭାବରେ ଟ୍ରାକକୁ ଫେରିଥିଲା ଓ ଫାଇନାଲରେ ଶ୍ରୀଲଙ୍କାକୁ ପରାଜୟ ରାସ୍ତା ଦେଖାଇଥିଲା ।ଫାଇନାଲ ମୁକାବିଲାରେ ବର୍ଷା ହେତୁ ୫୦ ଓଭର ମ୍ୟାଚକୁ ୩୮ ଓଭର ଯାଏଁ ସିମୀତ ରଖାଗଲା । ବର୍ଷା ଆସିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ୩୨ଓଭର ଯାଏଁ ଖେଳିଥିଲା । ବ୍ରେକ ପରେ କେବଳ ୬ଓଭର ଯାଏଁ ଖେଳିବାକୁ ପଡିଥିଲା ଭ୍ରମଣକାରୀ ଦଳକୁ । ଯଦିଓ ଭାରତୀୟ ଖେଳାଳୀଙ୍କ ସାମନାରେ ଶ୍ରୀଲଙ୍କାର ପ୍ରଦର୍ଶନ ପୁରା ବିଫଳ ରହିଥିଲା । ଏବଂ ନିର୍ଧାରିତ ୩୮ଓଭରରେ ୯ୱିକେଟ ହରାଇ କେବଳ ୧୦୬ ରନ କରିପାରିଥିଲା ଶ୍ରାଲଙ୍କା । ୩୨ ଓଭର ପର୍ଯନ୍ତ ଶ୍ରୀଲଙ୍କା ୭ୱିକେଟ ହରାଇ ସାରିଥିଲା ।

୧୯୮୯ରୁ ଏପର୍ଯ୍ୟନ୍ତ ୯ଥର ଅଣ୍ଡର ୧୯ ଖେଳାଯାଇଛି । ଯେଉିଁଥିରେ ୮ଥର ଭାରତ ମ୍ୟାଚ ନିଜ ନାଁରେ କରିଛି । ୨୦୧୭ରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇ ଏସିଆ କପ ଜିତିଥିଲା । ୨୦୧୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ଚାଇ ଅଫ ହେତୁ ଟ୍ରଫି ସେୟାର ହୋଇଥିଲା ।

ଭାରତୀୟ ଟିମ ପାଇଁ ଅଣ୍ଡର ୧୯ ବିଶ୍ୱକପର ପୂର୍ବରୁ ଏସିଆ କପ ଜିତିବା ଟିମର ସାହସ ବଢାଇବା ଭଳି ଅଟେ । ୧୪ ଜାନୁଆରୀରେ ୱେଷ୍ଟଇଣ୍ଡିଜରେ ଅଣ୍ଡର ୧୯ ବିଶ୍ୱକପର ଆରମ୍ଭ ଅଟେ । ଟିମ ଅଣ୍ଡିଆର ପ୍ରଥମ ମୁକାବିଲା ୧୫ଜାନୁଆରୀକୁ ଦକ୍ଷିଣ ଆଫ୍ରିକା ସହ ଓ ଦ୍ୱିତୀୟ ମୁକାବିଲା ୧୯ଜାନୁଆରୀରେ ଆୟରଲ୍ୟାଣ୍ଡର ବିପକ୍ଷରେ ଓ ୨୨ଜାନୁଆରୀରେ ୟୁଗାଣ୍ଡା ବିପକ୍ଷରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.